କଳା ସଂସ୍କୃତି ଓ ସାହିତ୍ୟ

ଗହ୍ମା ପୂର୍ଣ୍ଣୀମାର ମହତ୍ୱ

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣୀମା ବା ବଳଭଦ୍ର ଜୟନ୍ତୀ । ଭାଇ ଆଉ ଭଉଣୀର ଏକ ଏପରି ସମ୍ପର୍କ ଯାହା ସୂଚାଇ ଦୀଏ ଭାଇ ଭଉଣୀ ମଧ୍ୟରେ ଥିବା ଭଲ ପାଇବା । ପିଲା ଦୀନର ଗଣ୍ଡଗୋଳ, ଏମିତି କେତେଜେ ମୂହୁର୍ତ୍ତ ।

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣୀମା ବା ବଳଭଦ୍ର ଜୟନ୍ତୀ । ଭାଇ ଆଉ ଭଉଣୀର ଏକ ଏପରି ସମ୍ପର୍କ ଯାହା ସୂଚାଇ ଦୀଏ ଭାଇ ଭଉଣୀ ମଧ୍ୟରେ ଥିବା ଭଲ ପାଇବା । ପିଲା ଦୀନର ଗଣ୍ଡଗୋଳ, ଏମିତି କେତେଜେ ମୂହୁର୍ତ୍ତ । ଗୋଟେ ସାଧରଣ ସୁତା ଯାହା ଭାଇ ଭଉଣୀର ସମ୍ବର୍କକୁ ମଜବୁତ କରିଥାଏ । ସାରା ସଂସାରରେ ଭାଇ ଭଉଣୀର ସମ୍ବର୍କ ପବିତ୍ର ହୋଇଥାଏ ଯାହା ଶ୍ରାବଣ ମାସର ପୂର୍ଣ୍ଣୀମା ତିଥିରେ ପଡି ଥାଏ । ଏହି ତିଥି ଏକ ଭାବ ପୂର୍ଣ୍ଣତିଥି ।

ଏହି ରାକ୍ଷୀ ପୂର୍ଣ୍ଣୀମା କାହିଁ କେଉଁ  କାଳରୁ ଆମକୁ ଦେଖଇବାକୁ ମିଳୁଛି । ପୌରାଣିକ କାଳରୁ ଆରମ୍ଭ କରି ଆଜି ଯାଏ ଏହି ରକ୍ଷା ବନ୍ଧନ ପର୍ବକୁ ପାଳନ କରାଯାଉଛି । କେବଳଯେ ଗୋଟିଏ ଭଉଣୀ ତା ଭାଇକୁ ରାକ୍ଷୀ ବାନ୍ଧିଥାଏ ତାହା ନୁହେଁ । ଅନ୍ୟ କିଛି ପୂରାଣରେ ଏପରି ମଧ୍ୟ ବର୍ଣ୍ଣୀତ ଅଛିଯେ ଶ୍ରାବଣ ମାସ ପୂର୍ଣ୍ଣୀମା ତିଥିରେ ଯେକୌଣସୀ ବ୍ୟକ୍ତି ଯାହାର ଶୁଭ ମନାଶୁଛନ୍ତି, ସେମାନଙ୍କ ପ୍ରିୟ ସ୍ୱଜନଙ୍କୁ ରାକ୍ଷୀ ଦେଇ ତାଙ୍କର ଶୁଭ ମନାସି ପାରିବେ । ଏହାର ପ୍ରମାଣ ମଧ୍ୟ ରହିଛି । ଯେତେ ବେଳେ ଦେବାଶୁର ସଂଗ୍ରମ ହେଉଥିଲା ସେତେବେଳେ ଇନ୍ଦ୍ରଙ୍କ ଶୁଭ ମନାସି ଇନ୍ଦ୍ରାଣୀ ସାଚୀ ଇନ୍ଦ୍ରଙ୍କୁ ଏହି ପବିତ୍ର ତିଥି (ଶ୍ରବଣ ମାସ ) ସୁତା ଖଣ୍ଡେ ବାନ୍ଧି ଥିଲେ ।

Show More

Related Articles

Back to top button