କଳା ସଂସ୍କୃତି ଓ ସାହିତ୍ୟ

୧୦୦ କୋଟିର ସୁନା ଚାନ୍ଦୀ ରେ ଝଲସୁଛି କଟକ

ଆରମ୍ଭ ହୋଇଛି କଟକର ଗଣପର୍ବ ଦଶହରା। ଚଳିତ ବର୍ଷ କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଭୁକ୍ତ ୧୭୦ ପୂଜା ମଣ୍ଡପକୁ ମିଶାଇ ୧୮୦ରୁ ଅଧିକ ମଣ୍ଡପରେ ଦଶହରା ପୂଜା ଆୟୋଜନ ହେଉଛି। ୩୨ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିବା ବେଳେ ୧୦ଟି ମେଢ଼ରେ ସୁନାର ସାଜସଜ୍ଜା ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକରେ କାଚ ଓ ପିତଳର ମେଢ଼ ପ୍ରସ୍ତୁତ କରାଯାଇଛି। ସହରର ୫ଟି ସ୍ଥାନରେ ସୁଉଚ୍ଚ ଆକର୍ଷଣୀୟ ତୋରଣ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଅତ୍ୟାଧୁନିକ ଲାଇଟ୍ ଗେଟ ରୌପ୍ୟନଗରୀର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ମୋଟାମୋଟି ଆକଳନରୁ ବିଭିନ୍ନ ମଣ୍ଡପର ମେଢ଼ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସୁନା-ଚାନ୍ଦି ବ୍ୟବହାର ହୋଇଥିବା କୁହାଯାଉଛି। ଗତକାଲି ଷଷ୍ଠୀ ବିଲ୍ବ ବରଣ ପରଂପରାରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦଶହରା ଓ ବୁଧବାର ଭସାଣି ପର୍ବ ଆୟୋଜନ ହେବାକୁ ଯାଉଛି।

Show More

Related Articles

Back to top button