Breaking PLUSଓଡ଼ିଶା

ବେଆଇନ ପାର୍କିଂ ପାଇଁ ବଢିଲା ଦୁର୍ଘଟଣାର ସମସ୍ୟା

କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳିଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ସମସ୍ୟା ଦୁର୍ଘଟଣାର କାରଣ ସାଜୁଛି। ବିଗତ କିଛି ଦିନ ହେବ ୫୨୦ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସମସ୍ୟା ସୁଧୁରିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। ଦୈନଦିନ ଏହି ଜାତୀୟ ରାଜପଥ ଦେଇ ହଜାର ହଜାର ଟ୍ରକ ଓ ଟ୍ରେଲର ଯୋଗେ ଖଣିଜ ଯୋଡ଼ା ଓ ବଡ଼ବିଲ ଖଣିଜ ଅଞ୍ଚଳରୁ ପାରାଦୀପ ଗୋପାଳପୁର, ଝାଡ଼ଖଣ୍ଡ ଆଦି ଅଞ୍ଚଳକୁ ପରିବହନ କରାଯାଉଛି। ଉକ୍ତ ଗାଡ଼ି ଗୁଡିକ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ କରୁଥିବାରୁ ଦୁର୍ଘଟଣା ଘଟୁଛି। ଚମ୍ପୁଆ ଥାନା ଅଧିକାରୀ ତ୍ରୀନାଥ ସେଠୀ କହିଛନ୍ତି, ନିୟମିତ ଭାବରେ ଯାଞ୍ଚ କରାଯିବା ସହ ବେଆଇନ ପାର୍କିଂ କରିଥିବା ଗାଡ଼ିଗୁଡିକରୁ ଜୋରିମାନ ଆଦାୟ କରାଯାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ। ଯାହା ଫଳରେ ଏହି ସମସ୍ୟା ଦୂର ହୋଇପାରେ।

Show More

Related Articles

Back to top button