Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବର

ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆଜି ଶ୍ରୀଜିଉଙ୍କୁ ରାହୁରେଖା ଲାଗି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ କୋପ ଦୃଷ୍ଟିରୁ ରକ୍ଷା କରିବା ଲାଗି ଏହି ରେଖା ଲାଗି କରାଯାଉଥିବା ବିଶ୍ବାସ ରହିଛି । ତେଣୁ ସୋମବାର ଦିନ ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଗୁପ୍ତ ନୀତି କରାଯିବ । ତେବେ ଏହି ଗୁପ୍ତ ନୀତି ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସୋମବାର ଦିନ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସୂର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି କରାଯିବ । ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଥଣ୍ତା ଓ ଜ୍ବରରେ ପୀଡ଼ିତ ହୋଇଥାଆନ୍ତି ଶ୍ରୀଜିଉ । ଫଳରେ ତାଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥାଏ । ତେବେ ଆଜି ଦେଉଳକରଣ, ତଢଉ କରଣ, ଭଣ୍ତାର ଘରୁ ରାହୁରେଖାକୁ କଢାଯିବ । ପ୍ରଥମେ ଭୋଗ ମଣ୍ତପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ । ଏହାପରେ ପତି ମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡ଼ଗ୍ରାହୀ ଓଷୁଅ ଓ କନା ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ ।

Show More

Related Articles

Back to top button