Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବାପା ବନିଲେ ବୁମରାହ, ଇନଷ୍ଟାରେ ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ: ପିତା ହେଲେ ବୁମରାହ । ଇନଷ୍ଟାରେ ପୋଷ୍ଟ କରି ଜାହିର କଲେ ଖୁସି । ଭାରତୀୟ କ୍ରିକେଟ ଟିମର ବୋଲର ଜସପ୍ରୀତ ବୁମରାହ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ସଞ୍ଜନା ଗଣେଶନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ବୁମରାହ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଖୁସି ଖବର ଶୁଣାଇଛନ୍ତି ।

ବୁମରାହ ନିଜ ଇନଷ୍ଟା ପୋଷ୍ଟର କ୍ୟାପସନ ଦେଇଛନ୍ତି ଆମ ଛୋଟ ପରିବାର ବଡ ହୋଇଗଲା ଏବଂ ଆମର ହୃଦୟ ଆମ କଳ୍ପନା ଠାରୁ ଅଧିକ ପୂର୍ଣ୍ଣ ହୋଇଛି । ସେ ଆହୁରି କହିଛନ୍ତି ଯେ, ଆଜି ସକାଳେ ଆମେ ଆମର କୁନି ପୁଅ ଅଙ୍ଗଦ ଜସପ୍ରୀତ ବୁମରାହଙ୍କୁ ଏହି ଦୁନିଆକୁ ସ୍ୱାଗତ କରିଛୁ । ଆମେ ସ୍ୱର୍ଗରେ ଅଛୁ ଏବଂ ଆମ ଜୀବନର ଏହି ନୂତନ ଅଧ୍ୟାୟ ଯାହା ଆଣିବ ତାହା ଅପେକ୍ଷା କରିପାରିବୁ ନାହିଁ ।

Show More

Related Articles

Back to top button