ବଲିଉଡସେଲିବ୍ରିଟି

ଆଜି ଭିକି-କ୍ୟାଟ୍ରିନାଙ୍କ ସଂଗୀତ ସମାରୋହ

ଆଉ ମାତ୍ର ଦୁଇ ଦିନ ପରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ପଡ଼ିବ ହାତ ଗଣ୍ଠି । ଏନେଇ ସଜବାଜ ଆରମ୍ଭ ହେଲାଣି । ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ । ଆଜି ଏହି ଫୋର୍ଟରେ କ୍ୟାଟ୍ରିନା ଓ ଭିକିଙ୍କ ସଂଗୀତ ସମାରୋହ ଆୟୋଜନ କରାଯାଇଛି । ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା ମିଳିଛି ।

କ୍ୟାଟ ଓ ଭିକିଙ୍କ ସଂଗୀତରେ ଡ୍ୟାନ୍ସ ଧମାଲ ହେବ । ଏହି ଦମଦାର ବିବାହ ସେଲିବ୍ରେସନ ପାଇଁ ଗ୍ରାଣ୍ଡ ଷ୍ଟେଜ ମଧ୍ୟ ରେଡି । ହେଲେ ସଂଗୀତ ଥିମ୍ ରିଟ୍ରୋ ରଖାଯାଇଛି । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ବିଦେଶରୁ ମଗାଯାଇଥିବା କ୍ରିଷ୍ଟାଲ ବ୍ଲାସରେ ସଜା ଯାଇଛି ଷ୍ଟେଜ। ଏଥିନିକ୍ ଲୁକ୍ ଦିଆଯାଇଛି ସଂଗୀତ ଷ୍ଟେଜକୁ । ଭିକି-କ୍ୟାଟଙ୍କ ସଂଗୀତରେ ଭରପୁର ମସ୍ତି ହେବ ବୋଲି ଜଣାପଡ଼ିଛି ।

ସମସ୍ତେ ଜାଣନ୍ତି କ୍ୟାଟ୍ ଜଣେ ଭଲ ଡ୍ୟାନ୍ସର ସେ ମଧ୍ୟ ଆଜି ଭଲ ଡ୍ୟାନ୍ସ ପଫରମାନ୍ସ ଦେବେ । ସେ ତେରୀ ଓର ,କାଲା ଚସମା ପରି ଅନେକ ଗୀତରେ ଡ୍ୟାନ୍ସ ଯାଦୁ ଦେଖାଇବେ ବୋଲି ଜଣାପଡ଼ିଛି । ଠିକ୍ ସେହିପରେ ଭିକି ମଧ୍ୟ ପଞ୍ଜାବୀ ଟ୍ରାକରେ ଡ୍ୟାନ୍ସ କରିବେ ବୋଲି ଚର୍ଚ୍ଚା ହେଉଛି । କ୍ୟାଟ୍ରିନାଙ୍କ ଭଉଣୀ ଇଂଲିସ୍ ଗୀତରେ ଡ୍ୟାନ୍ସ କରିବେ ଏବଂ ଭିକି କୌଶଲଙ୍କ ଭାଇ ସନ୍ନି ନିଜ ଗର୍ଲ ଫ୍ରେଣ୍ଡ ସାରବରୀଙ୍କ ସହ ଡ୍ୟାନ୍ସ କରିବେ ବୋଲି ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ ବଲିଉଡ ଜଗତର କିଛି ସେଲିବ୍ରେଟି ମଧ୍ୟ ଏହି ଗ୍ରାଣ୍ଡ ସେରିମନିରେ ସାମିଲ ହେବେ । ସେମାନେ ମଧ୍ୟ ସଙ୍ଗୀତରେ ନାଚଗୀତ କରିବେ ବୋଲି ଜଣାପଡ଼ିଛି । ଏହି ସଂଗୀତ ସେରିମନିରେ ରାଜସ୍ଥାନର ଫୋକ୍ ଡ୍ୟାନ୍ସ ମଧ୍ୟ ସ୍ଥାନ ପାଇବ । ରାଜସ୍ଥାନୀ ଲୋକନୃତ୍ୟରେ ଅତିଥିମାନଙ୍କୁର ଏଣ୍ଟରଟେନ୍ କରାଯିବ । ହେଲେ ଏହି କପୁଲଙ୍କ ସଙ୍ଗୀତ ପୋଗ୍ରାମର ଫଟୋ ଆସିବ କି ନାହିଁ ସେନେଇ ଫ୍ୟାନ୍ ମାନେ ଅପେକ୍ଷାରେ ।

Show More

Related Articles

Back to top button