ଓଡ଼ିଶାମୁଖ୍ୟ ଖବର

ରିପୋର୍ଟ ଆସିଲେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି

ବାତ୍ୟା ଜୱାଦ ଯୋଗୁଁ ଅଦିନିଆ ବର୍ଷା ଜନିତ ଫସଲ ହାନି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି, ବର୍ଷା ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ସଚେତନ କରାଇଥିଲେ । ପାଚିଲା ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ସତ୍ତ୍ୱେ କେତେକ ସ୍ଥାନରେ ଚାଷ କ୍ଷୟକ୍ଷତି ହୋଇଛି ।

ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି । ରିପୋର୍ଟ ଆସିବା ପରେ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button