ମୁଖ୍ୟ ଖବର

‘ଓମିକ୍ରନ୍’ ପାଇଁ ମେଡିସିନ୍

ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଆତଙ୍କ ସୃଷ୍ଟି କରିଛି । ପ୍ରଥମେ ଗୋଟିଏ ପରେ ଗୋଟିଏ ଦେଶ ଏବଂ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବାରେ ଲାଗିଛି ଓମିକ୍ରନ୍ । ଏପରିକି ଏହା ତୃତୀୟ ଆଣିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ହେଲେ ଏବେ ଏହି ଭାରିଆଣ୍ଟ ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ‘ସୋଟ୍ରୋଭିମାବ୍‌’ ନାମକ ଏକ ଔଷଧ ପ୍ରସ୍ତୁତ କରିଛନ୍ତି । ଏହି ଔଷଧ ଓମିକ୍ରନ ବିରୋଧରେ ସଫଳ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ସବୁଠୁ ଖୁସିର କଥା ହେଉଛି ‘ସୋଟ୍ରୋଭିମାବ୍‌’ ଓମିକ୍ରନ ଭାରିଆଣ୍ଟର ସବୁ ମ୍ୟୁଟେସନ୍‌ ପାଇଁ କାର୍ଯ୍ୟ କରିବ ।

ଆମେରିକାର ପାର୍ଟନର ଭିର୍‌ (ଭିଆଇଆର୍‌) ବାୟୋଟେକ୍ନୋଲୋଜି ସହିତ ମିଳିତ ଭାବରେ ଗ୍ଲାକ୍ସୋ ସ୍ମିଥକାଇନ (ଜିଏସ୍‌କେ) ଦ୍ୱାରା ଏହି ଔଷଧ ବିକଶିତ କରାଯାଇଛି ।
ଏକ ମନ୍ତବ୍ୟ ଜାରି କରି କମ୍ପାନୀ ପକ୍ଷରୁ କୁହାଯାଇଛି, ଓମିକ୍ରନର ୩୭ ମ୍ୟୁଟେସନ୍‌ ରହିଛି । ‘ସୋଟ୍ରୋଭିମାବ୍‌’ ସମସ୍ତ ମ୍ୟୁଟେସନ୍‌ ବିରୋଧରେ ପ୍ରଭାବୀ ରହିଛି । ଗତ ସପ୍ତାହରେ ପ୍ରି କ୍ଲିନିକାଲ୍‌ ଟେଷ୍ଟ ପରେ କମ୍ପାନୀ ଏହି ଦାବି କରିଛି ।

Show More

Related Articles

Back to top button