ଓଡ଼ିଶାମୁଖ୍ୟ ଖବରଶିକ୍ଷା

ପୁଣି ଶିକ୍ଷାନୁଷ୍ଠାନରେ ପଶିଲା କରୋନା, ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ

ପୁଣି ଚିନ୍ତା ବଢାଇଲାଣି କରୋନା ମହାମାରୀ । ବିଶେଷ କରି ଶିକ୍ଷାନୁଷ୍ଠାନରେ ଏବେ କରୋନାର ପ୍ରକୋପ ବିଶେଷ ଭାବେ ପରିଲକ୍ଷିତ ହେଉଛି । ପୁଣି ଅନୁଗୁଳ ଜିଲ୍ଲାର ଏକ ସ୍କୁଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଛେଣ୍ଡିପଦା ପଞ୍ଚାୟତ ହାଇସ୍କୁଲରୁ ୧୦ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ ।

ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ପ୍ରଶାସନର ଚିନ୍ତା ବଢିଛି । ଏହାସହିତ ହଷ୍ଟେଲକୁ ସିଲ୍ କରାଯାଇଛି । ସମସ୍ତ ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯାଇଛି । ହଷ୍ଟେଲର ଅନ୍ୟ ୬୦ ଜଣଙ୍କୁ ମଧ୍ୟ ସଙ୍ଗରୋଧ କରି ରଖାଯାଇଛି । ଯଦି ଆବଶ୍ୟକ ପଡେ ତେବେ ବିଦ୍ୟାଳୟକୁ ସିଲ୍ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ଦଶରଥପୁର କସ୍ତୁରବା ସରକାରୀ ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ଜଣେ ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା ।

ପରୀକ୍ଷା ହେବା ପରେ ସେଠାକାର ୯ ଜଣ ଛାତ୍ରୀ ସଂକ୍ରମିତ ଥିବା ଜଣାପଡିଛି । ତେବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି । ସେମାନଙ୍କୁ ବିଦ୍ୟାଳୟକର ଏକ ସ୍ୱତନ୍ତ୍ର ଗୃହରେ ସଙ୍ଗରୋଧରେ ରଖାଯାଇଛି ।

Show More

Related Articles

Back to top button