ଦେଶମୁଖ୍ୟ ଖବରସଂସଦ

ସହିଦ କୃଷକଙ୍କ ପରିବାରଙ୍କୁ କ୍ଷତିପୂରଣ ଓ ଚାକିରୀ ନେଇ ରାହୁଲ ଗାନ୍ଧୀଙ୍କ ଦାବୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରୁଥିବା ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଏବଂ ଚାକିରୀ ଦେବା ନେଇ ଦାବି କରିଛନ୍ତି ।

ରାହୁଲ କହିଛନ୍ତି, ଆପଣଙ୍କ ସରକାର କହୁଛନ୍ତି, କୌଣସି କୃଷକ ସହିଦ ହୋଇନାହାନ୍ତି ।ସରକାରଙ୍କ ପାଖରେ କୃଷକଙ୍କ ନାଁ ନାହିଁ, ତେଣୁ ଏହି ଡାଟା ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି । ମୁଁ ଚାହୁଁଛି ଯେ, ଏହି କୃଷକଙ୍କୁ ତାଙ୍କର ହକ୍ ମିଳୁ । ତାଙ୍କର ପରିବାର ଲୋକଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯାଉ ।

ରାହୁଲ କହିଛନ୍ତି, କୃଷକ ଆନ୍ଦୋଳନରେ ୭୦୦ କୃଷକଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଶ ଓ କୃଷକଙ୍କୁ କ୍ଷମା ମାଗନ୍ତୁ । ସେ ନିଜର ଭୁଲ ସ୍ୱୀକାର କରନ୍ତୁ । କିନ୍ତୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଯେତେବେଳେ ପଚରାଯାଇଥିଲା ଆନ୍ଦୋଳନରେ କେତେ କୃଷକଙ୍କ ମୃତ୍ୟୁ ହୋଇଛି ? ସେ କହିଥିଲେ, କୌଣସି ଡାଟା ନାହିଁ ।

ରାହୁଲ କହିଛନ୍ତି, ପଞ୍ଜାବ ସରକାର ୪୦୦ କୃଷକଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ୧୫୨ କୃଷକଙ୍କ ପରିବାର ଲୋକଙ୍କୁ ରୋଜଗାର ଦିଆଯାଇଛି । ହରିୟାଣାର ୭୦ କୃଷକଙ୍କର ଏହି ସମୟରେ ମୃତ୍ୟୁ ହୋଇଛି । ଏହା ମଧ୍ୟ ରିପୋର୍ଟରେ ଦେବି । ଏହା ସହ ରାହୁଲ କହିଛନ୍ତି, ମୁଁ ଚାହୁଁଛି ଯେ, ଯେଉଁ କୃଷକଙ୍କର ହକ୍ ରହିଛି, ସେ ତାଙ୍କୁ ଦେଖା କରନ୍ତୁ । କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିଛନ୍ତି । ଏବେ କୃଷକଙ୍କୁ ତାଙ୍କର ହକ୍ ମିଳିବା ଦରକାର । ଏହା ସହିତ କୃଷକଙ୍କ ସମ୍ପର୍କୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିବା ଦରକାର ।

Show More

Related Articles

Back to top button