ଅନୁଚିନ୍ତା

ଆଜିର ଅନୁଚିନ୍ତା….

“ମଣିଷର ଭାଗ୍ୟ ଟା କୌଣସି ଚିଠି ନୁହେଁ ଯେ ଯାହା ଅନ୍ୟମାନଙ୍କ ଦ୍ବାରା ଲେଖା ଯାଇ ପାରିବ . ମନେରଖନ୍ତୁ ଏ ଦୁନିଆରେ ଭଗବାନଙ୍କ ଉପରେ ଦୃଢ଼ ବିଶ୍ବାସ ରଖ ନିଜର ଭାଗ୍ୟ ନିଜକୁ ହିଁ ଲେଖିବାକୁ ପଡିବ !!”

“ବିଭୀଷଣ ରାବଣ ରାଜ୍ୟରେ ରହି ବିଗିଡ଼ି ନଥିଲେ , ଆଉ କୈକେୟୀ ରାମ ରାଜ୍ୟରେ ରହି ମଧ୍ୟ ସୁଧୁରି ନଥିଲେ , କାହିଁକିନା ବିଗିଡ଼ିବା ଓ ସୁଧୁରିବା ମଣିଷର ସ୍ବଭାବ ଉପରେ ନିର୍ଭର କରିଥାଏ !!”

“ମଣିଷ ଚାହିଁଲେ ଯଦି ସବୁକିଛି ପାଇଯାଆନ୍ତା ତା’ହେଲେ ଅପେକ୍ଷାର ମୂଲ୍ୟ କିଛି ନଥାନ୍ତା . ଆଉ ମଣିଷ ଚାହିଁଲେ ଯଦି ସବୁକିଛି ଭୁଲିପାରନ୍ତା ତା’ହେଲେ ସ୍ମୃତିର ମୂଲ୍ୟ କିଛି ନଥାନ୍ତା !!”

“ଆତ୍ମନିର୍ଭରଶୀଳ ହୁଅନ୍ତୁ . ନିଜେ ହିଁ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ପ୍ରଶଂସା ନିଜେ କରନ୍ତୁ କାହିଁକିନା ନିନ୍ଦା କରିବା ଲୋକଙ୍କ ଅଭାବ ଏଠି ନାହିଁ !!”

Show More

Related Articles

Back to top button