ଦେଶ ବିଦେଶବାଣିଜ୍ୟ

କେବଳ ୬ ଟଙ୍କାର ଏହି ସେୟାରରୁ ୨୮ ଲକ୍ଷ ଟଙ୍କାର ଲାଭ

ଏବେ ବୋନସ ସେୟାର ଦେବାକୁ ପ୍ରସ୍ତୁତି

ନିବେଶକଙ୍କୁ ଜବରଦସ୍ତ ରିଟର୍ଣ୍ଣ ଦେଉଛି ବ୍ରାଇଟକମ ଗ୍ରୁପ (Brightcom Group)ର ସେୟାର। ଗତ ଏକ ବର୍ଷରେ କମ୍ପାନୀର ସେୟାର ଗୁଡିକ ୨,୮୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ନିବେଶକଙ୍କୁ ଦେଇଛି। ସୋମବାର କମ୍ପାନୀର ସେୟାର ବମ୍ୱେ ଷ୍ଟକ ଏକ୍ସଚେଞ୍ଜରେ ୪.୦୭ ପ୍ରତିଶତ ବୃଦ୍ଧି ସହ ୧୯୦.୩୦ ଟଙ୍କାରେ ବନ୍ଦ ହୋଇଛି। ସେୟାରରେ ବୃଦ୍ଧି ପରେ କମ୍ପାନୀ ବୋନସ ସେୟାର ଜାରି କରିବା ଉପରେ ବିଚାର କରୁଛି । କମ୍ପାନୀର ବୟାନ ଅନୁସାରେ, ଆସନ୍ତା ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଏହାର ବୋର୍ଡର ବୈଠକରେ ବୋନସ ସେୟାର ଜାରି କରିବାକୁ ଥିବା ଏକ ପ୍ରସ୍ତାବ ଉପରେ ବିଚାର କରିବ। କମ୍ପାନୀର ସେୟାର ଗତ ଏକ ବର୍ଷ ମଧ୍ୟରେ ନିବେଶକଙ୍କୁ ପ୍ରାୟ ୨,୮୫୦ପ୍ରତିଶତ ରିଟର୍ଣ୍ଣ ଦେଇଛି।

ଯଦି କୌଣସି ନିବେଶକ ଗତ ବର୍ଷ କମ୍ପାନୀର ସେୟାରରେ ୧ ଲକ୍ଷ ଟଙ୍କା ନିବେଶ କରି ଏହାକୁ ସ୍ଥିର ରଖିଥିବେ ତେବେ ବର୍ତ୍ତମାନ ସମୟରେ ଏହି ରାଶି 2୯ ଲକ୍ଷ 5୪ ହଜାର ଟଙ୍କା ପାଖାପାଖି ହେବ । ନିବେଶକଙ୍କୁ ସିଧା ୨୮ ଲକ୍ଷରୁ ଅଧିକ ଲାଭ ହୋଇଥିବ। ଏକ୍ସଚେଞ୍ଜକୁ ସୂଚନା ଦେଇ ବ୍ରାଇଟକମ ଗ୍ରୁଫ ପକ୍ଷରୁ କୁହାଯାଇଛି, ଜାନୁଆରୀ ୨୫, ୨୦୨୨ରେ ହେବାକୁ ଥିବା ବୋର୍ଡ ମିଟିଂରେ ସେୟାର ଧାରକଙ୍କ ପାଇଁ ବୋନସ ସେୟାର ଘୋଷଣା କରିବା ଉପରେ ଥିବା ଏକ ପ୍ରସ୍ତାବ ଉପରେ ବିଚାର କରାଯିବ। ବ୍ରାଇଟକମ ଗ୍ରୁଫର କ୍ଲାଏଣ୍ଟଙ୍କ ମଧ୍ୟରେ ଏୟାରଟେଲ, ବ୍ରିଟିସ ଏୟାରୱେଜ, କୋକା-କୋଲା, ହୁଣ୍ଡାଇ ମୋଟର୍ସ, ICICI ବ୍ୟାଙ୍କ, ଆଇଟିସି, ଏଲଆଇସି, ମାରୁତି ସୁଜୁକୀ, କତର ଏୟାରୱେଜ, ସାମସଙ୍ଗ, ଭୋଡାଫୋନ, ଟାଇଟନ ପରି କମ୍ପାନୀ ସାମିଲ ଅଛନ୍ତି।

Show More

Related Articles

Back to top button