Breaking PLUSଅନୁଚିନ୍ତାଦେଶ ବିଦେଶମୁଖ୍ୟ ଖବରରାଜନୀତି

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ @71

ବେଗୁସରାୟ: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଜନ୍ମଦିନ । ବିଜେପିର ଫାୟାର ବ୍ରାଣ୍ଡ ନେତା, ବେଗୁସରାୟର ସାଂସଦ ତଥା କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଶୁକ୍ରବାର 71 ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି । ଟ୍ୱିଟର, ଫେସବୁକ୍, ହ୍ୱାଟସଆପ ସହିତ ସମସ୍ତ ସୋସିଆଲ ମିଡିଆ ପ୍ଲାଟପର୍ମରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଲୋକେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତୃଣମୂଳ ସ୍ତରର ନେତା ଗିରିରାଜ ସିଂ ଭାରତର ଗାଁକୁ ବଦଳାଇବା ସହ ଲୋକଙ୍କ ପାଇଁ ପଞ୍ଚାୟତିରାଜ ସଂସ୍ଥାକୁ ମଜବୁତ କରିବା ଦିଗରେ କଠୋର କାର୍ଯ୍ୟ କରୁଛନ୍ତି । ତାଙ୍କର ଲମ୍ବା ଓ ନିରାମୟ ଜୀବନ ପାଇଁ କାମନା କରିଛନ୍ତି ପିଏମ ମୋଦି ।

Show More

Related Articles

Back to top button