Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 5 ତୀର୍ଥଯାତ୍ରୀ ମୃତ

ଚୁରୁ: ହନୁମାନଗଡ-ଜୟପୁର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ସରଦାରଶହର ସ୍ଥିତ ସାଡାସରଓ ସାଭର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ 5ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 4ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଦୁର୍ଘଟଣାରେ 18ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ଆହତଙ୍କ ମଧ୍ୟରୁ 7ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବିକାନେର ସ୍ଥାନାନ୍ତର କରାଯାଇଛି । ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Show More

Related Articles

Back to top button