ଖେଳଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୟୁଏସ ଓପନ ଫାଇନାଲରେ ପ୍ରବେଶ କଲେ ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି

ନ୍ୟୁୟର୍କ: ୟୁଏସ ଓପନ ଫାଇନାଲରେ ପ୍ରବେଶ କଲେ ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି । ଭାରତର 43 ବର୍ଷୀୟ ରୋହନ ବୋପନ୍ନା ନିଜର ଚମତ୍କାର ପ୍ରଦର୍ଶନ କରି ଗୁରୁବାର ଦିନ ଅଷ୍ଟ୍ରେଲୀୟ ପାର୍ଟନର ମାଥ୍ୟୁ ଏବଡେନଙ୍କ ସହ ୟୁଏସ ସପନ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ।

ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି ଫ୍ରାନ୍ସ ଯୋଡି ପିୟରେ-ହ୍ୟୁଜେସ ହର୍ବର୍ଟ ଓ ନିକୋଲସ ମାହୁତଙ୍କ ଯୋଡିକୁ ହରାଇ ସେଟ୍‌ରେ ସିଧାସଳଖ ବିଜୟୀ ହୋଇଛନ୍ତି । ଫାଇନାଲରେ ପ୍ରବେଶ ପରେ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଫାଇନାଲରେ ଏହା ରୋହନ ବୋପନ୍ନାଙ୍କର ଦ୍ୱିତୀୟ ପ୍ରଦର୍ଶନ ହେବ ।

ଏହି ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି ଚଳିତ ବର୍ଷ ୱିବଲଡନ ଚାମ୍ପିୟାନସିପର ସେମିରେ ପ୍ରବେଶ କରି ହାର୍ଡ କୋର୍ଟ ମେଜରଙ୍କ ଫ୍ରାନ୍ସ ଯୋଡିକୁ 7-6(7-3),6-2ରେ ପରାସ୍ତ କରିଛନ୍ତି ।
ଏହି ଫାଇନାଲ୍ ସହିତ 43 ବର୍ଷୀୟ ରୋହନ ଓପନ୍ ଯୁଗରେ ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିବା ସବୁଠୁ ପୁରାତନ ଖେଳାଳି ବନିଛନ୍ତି । କାନାଡାର ଡେନିଏଲ ନେସ୍ଟର 43 ବର୍ଷ 4ମାସ ବୟସରେ ମେଜର ଫାଇନାଲ ଖେଳିଥିବା ବେଳେ ବୋପନ୍ନା 2ମାସ ପୂର୍ବରୁ ଏହାକୁ ଭାଙ୍ଗିଛନ୍ତି ।

Show More

Related Articles

Back to top button