Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

କାହା ସପକ୍ଷରେ ଆସିବ ଜନାଦେଶ?

ଚାଲିଛି ଉପନିର୍ବାଚନ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ବାହାରିବ ବିଧାନସଭା ଉପନିର୍ବାଚନ ରେଜଲ୍ଟ । କାହା ମୁଣ୍ଡରେ ସୁନା କଳସୀ ଢାଳିଛନ୍ତି ଜନତା, ଏଥିପାଇଁ ଚାଲିଛି ଭୋଟ ଗଣତି । ଦେଶର 6ଟି ରାଜ୍ୟରେ ସାତଟି ବିଧାନସଭା ସିଟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି । ଏନେଇ ନିର୍ବାଚନ କମିଶନରଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ।

ଝାରଖଣ୍ଡର ଡୁମରୀ ସିଟରେ ଜଗରନାଥ ମହତୋ(ଜେଏମଏମ), କେରଳର ପୁଥୁପଲ୍ଲୀ ଓମାନ ଚାଣ୍ଡି (କଂଗ୍ରେସ), ତ୍ରିପୁରାର ବୋକ୍ସାନଗର ସମସୁଲ ହକ(ସିପିଆଇଏମ), ପଶ୍ଚିମବଙ୍ଗର ଧୁପଗୁଡି (ଏସପି), ବିଷ୍ଣୁ ପାଣ୍ଡେ (ବିଜେପି) ଓ ଉତ୍ତରାଖଣ୍ଡର ବାଗେଶ୍ୱର (ଏସସି), ଚନ୍ଦନ ରାମଦାସ (ବିଜେପି)ଙ୍କ ମୃତ୍ୟୁ ପରେ ଏହି ସିଟ୍ ଫାଙ୍କା ପଡିଥିଲା । ତ୍ରିପୁରାର ଧାନପୁର ସିଟରୁ ବିଜେପି ନେତା ପ୍ରତିମା ଭୌମିକ ଓ ଉତ୍ତରପ୍ରଦେଶର ଘୋସି ଦାରା ସିଂହ ଚୌହ୍ୱାନ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ଏହା ମଧ୍ୟ ଖାଲି ପଡିଥିଲା ।

Show More

Related Articles

Back to top button