Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

G-20 ସୁରକ୍ଷା ଦୃଷ୍ଟିରୁ ତ୍ରିଶୂଳ ଯୁଦ୍ଧାଭ୍ୟାସ ଉପରେ କଟକଣା

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ରାଜଧାନୀ ଦିଲ୍ଲୀରେ ବିଶ୍ୱର 20ଟି ଶକ୍ତିଶାଳୀ ଦେଶର ନେତା ଏକାଠି ହେବା ଆରମ୍ଭ ହେଲାଣି । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ବାୟୁସେନା ପକ୍ଷରୁ ଚୀନ ଓ ପାକିସ୍ତାନ ସୀମାନ୍ତରେ ସେପ୍ଟେମ୍ବର 4ରୁ ଚାଲିଥିବା ଯୁଦ୍ଧାଭ୍ୟାସ ତ୍ରିଶୂଳକୁ ବନ୍ଦ ରଖାଯାଇଛି । ତ୍ରିଶୂଳର ଅଭ୍ୟାସରେ ସାମିଲ ଥିବା ବିମାନର ଉଡାଣ ଓ ସଞ୍ଚାଳନ ଉପରେ କଟକଣା ଜାରି କରାଯାଇଛି । ତେବେ ଅନ୍ୟ ନିୟମିତ ଉଡାଣ ଜାରି ରହିବ ବୋଲି ସୂଚନା ମିଳିଛି । ଜି-20 ସୁରକ୍ଷା ପାଇଁ ମିରାଜ-2000 ଏବଂ ରାଫେଲ ପରି ଯୁଦ୍ଧ ବିମାନ ଆକାଶରେ ପାଟ୍ରୋଲିଂ କରିବେ ବୋଲି ଜଣାପଡିଛି ।

Show More

Related Articles

Back to top button