Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ସଜେଇ ହୋଇଛି ଦେଶର ରାଜଧାନୀ, ଜି-20 ରାଷ୍ଟ୍ରମୁଖ୍ୟକୁ କରୁଛି ସ୍ୱାଗତ

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ଜି-20 ଶିଖର ସମ୍ମିଳନୀରେ ସାମିଲ ହେଉଥିବା ରାଷ୍ଟ୍ରମୁଖ୍ୟ ଓ ଦୁନିଆର ନାମୀଦାମୀ ସଂସ୍ଥାର ମୁଖ୍ୟଙ୍କ ସ୍ୱାଗତ-ସତ୍କାର ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ । ଆସନ୍ତା ସେପ୍ଟେମ୍ବର 10 ତାରିଖରେ ଭାରତର ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ ଅତିଥିଙ୍କ ସ୍ୱାଗତ ପାଇଁ ପୂରା ସଜେଇ ହୋଇଛି ଆୟୋଜନ ସ୍ଥଳ ଭାରତ ମଣ୍ଡପମ (ପ୍ରଗତି ମୈଦାନ) । ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁସାରେ ଅଧିକାଂଶ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ତର୍ଜାତୀୟ ସଙ୍ଗଠନର ପଦାଧିକାରୀ ଆଜି ପୂର୍ବାହ୍ନରେ ଦିଲ୍ଲୀରେ ପହଞ୍ଚିଛନ୍ତି । ନାଇଜେରିଆ, ମରିସସ ଓ ମେକ୍ସିକୋର ରାଷ୍ଟ୍ରମୁଖ୍ୟଙ୍କ ସମେତ ୟୁରୋପିଆନ ୟୁନିୟନ କାଉନସିଲ ଓ ୟୁରୋପିଆନ କମିଶନ ସମେତ ଅନ୍ୟ ସଙ୍ଗଠନର ପଦାଧିକାରୀ ଗୁରୁବାରଠାରୁ ଦିଲ୍ଲୀରେ ପହଞ୍ଚିସାରିଛନ୍ତି ।

ଜି-20 ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଥିବା ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର ଜୁଗନାଥଙ୍କୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି । ମରିସସକୁ ଅତିଥି ରାଷ୍ଟ୍ର ଭାବେ ଆମନ୍ତ୍ରିତ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଏହି ଶିଖର ସମ୍ମିଳନୀକୁ ନେଇ ପୂରା ଦେଶରେ ଉତ୍ସାହ ଦେଖାଦେଇଛି । ଦେଶର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

Show More

Related Articles

Back to top button