Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଟମାଟୋର ଅଭାବୀ ବିକ୍ରି, ରାସ୍ତାରେ ଫିଙ୍ଗିଦେଲେ ଚାଷୀ

କାନ୍ଦୁଛି ଟମାଟୋ ଚାଷୀ

ହାଇଦ୍ରାବାଦ: କିଛିଦିନ ତଳେ ବିଲାତି ଦାମ୍‌ ଆକାଶଛୁଆଁ ରହିଥିଲା। ଦେଶର ପ୍ରାୟ ସବୁ ସ୍ଥାନରେ ବିଲାତି ଦାମ୍‌ କିଲୋପ୍ରତି ପାଖାପାଖି ୨୦୦ ଟଙ୍କାକୁ ଛୁଇଁଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିିଛି। ଆନ୍ଧ୍ରପ୍ରଦେଶର କୁରନୁଲ ଅଞ୍ଚଳରେ ବିଲାତି ଦାମ୍‌ କିଲୋ ପିଛା ୪ ଟଙ୍କାକୁ ଖସି ଆସିଛି ।

ବିଲାତିର ଏପରି ମୂଲ୍ୟହ୍ରାସରେ ହତୋତ୍ସାହିତ ​ହୋଇ ଚାଷୀ ରାସ୍ତାରେ ବିଲାତି ପିଙ୍ଗି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ବିଲାତିର ଏପରି ମୂଲ୍ୟହ୍ରାସ ଯୋଗୁଁ ପରିଶ୍ରମ ଓ ବ୍ୟବସାୟ କେନ୍ଦ୍ରକୁ ନେବା ଆଣିବା ଖର୍ଚ୍ଚ ଉଠୁନଥିବାରୁ ରାସ୍ତାରେ ଫିଙ୍ଗି ଚାଲିଯିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ବହୁଚାଷୀ କହିଛନ୍ତି ।

କିଛିମାସ ତଳେ ଦେଶର ବିଭିନ୍ନ ଭାଗରେ ହାତଗଣତି ଚାଷୀ ବିଲାତି ବିକ୍ରି କରି କୋଟିପତି ପାଲଟିଥିବା ଖବର ଚର୍ଚ୍ଚାରେ ରହିଥିଲା। ତେବେ ବର୍ତ୍ତମାନ ବିପୁଳମାତ୍ରାରେ ବିଲାତି ବଜାରକୁ ଆସୁଥିବାରୁ ଏଭଳି ଦରହ୍ରାସ ଘଟିଥିବା କୁହାଯାଉଛି।

Show More

Related Articles

Back to top button