Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି ବଢିଲା ଆଧାର ଅପଡେଟ୍ ଅବଧି

ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବା ଅବଧିକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଅପଡେଟ୍‌ କରିବାର ସମୟସୀମା ଥିଲା ସେପ୍ଟେମ୍ବର ୧୪ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିପାରିବେ।

ଯେଉଁମାନଙ୍କ ଆଧାରକାର୍ଡ଼ ୧୦ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ କରିନାହାନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା । ୟୁଆଇଡିଏଆଇ ୱେବ୍‌ସାଇଟ୍‌ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍‌ ତଥ୍ୟର ସଠିକ୍‌ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା। ଏହାକୁ ଅପଡେଟ୍‌ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍‌ସାଇଟ୍‌ରେ ମାଗଣାରେ ଅପଡେଟ କରିପାରିବେ। ଏହି ଅପଡେଟ୍‌ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ।

Show More

Related Articles

Back to top button