Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଜି-୨୦ ହେବ ଜି-୨୧ : ମିଶିବ ଆଫ୍ରିକୀୟ ସଂଘ

ନୂଆଦିଲ୍ଲୀ : ଗ୍ରୁପ୍‌ ଅଫ୍‌ ୨୦ ନେସନ୍ସ ବା ଜି-୨୦ ରାଷ୍ଟ୍ର ଗୋଷ୍ଠୀର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବ। ଏହା ଖୁବ୍‌ ଶୀଘ୍ର ଜି-୨୧ରେ ପରିଣତ ହେବ ଏବଂ ଏଥିରେ ଆଫ୍ରିକାନ୍‌ ୟୁନିୟନ୍‌କୁ ସ୍ଥାୟୀ ସଦସ୍ୟତା ମିଳିବ ଏବଂ ଏହାକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟାଦା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଏ ସଂକ୍ରାନ୍ତ ଘୋଷଣା ହେବା ସମ୍ଭାବନା ରହିଛି। ଆଫ୍ରିକୀୟ ସଂଘରେ ୫୫ ସଦସ୍ୟ ଅଛନ୍ତି। ସମ୍ପ୍ରତି ଏହା ୟୁରୋପୀୟ ସଂଘ ପରି ‘ଆମନ୍ତ୍ରିତ ବିଶ୍ବ ସଂଗଠନ’ ଭାବେ କାର୍ଯ୍ୟ କରୁଛି।

ଏହାକୁ ସଦସ୍ୟତା ପ୍ରଦାନ ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଓ ଜର୍ମାନୀ ଚାନ୍‌ସେଲର ସଲାଫ ସୋଲ୍‌ଜ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ମେ’ ମାସରେ ଜାପାନରେ ଅନୁଷ୍ଠିତ ଜି-୨୦ ଅଧୀନ ଜି-୭ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଫ୍ରିକୀୟ ସଂଘର ମୁଖ୍ୟାଳୟ ସମ୍ପ୍ରତି ଇଥିଓପିଆଠାରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ ଯେ ଜି-୨୦ରେ ଏବେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍‌ ଓ ୟୁରୋପୀୟ ସଂଘ ସଦସ୍ୟ ଅଛନ୍ତି।

Show More

Related Articles

Back to top button