ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସୁସ୍ଥ ହାର୍ଟ ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ପଇଡ ପାଣି ପିଇବା ସହ ଖାଆନ୍ତୁ ଏହାର ନାଳି

ସ୍ୱାସ୍ଥ୍ୟ ପାଇଁ ଅନେକ ପରିମାଣରେ ଲାଭଦାୟକ ହୋଇଥାଏ ପଇଡପାଣି । ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିବା ସହିତ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ଏବଂ ଯକୃତକୁ ମଧ୍ୟ ସୁସ୍ଥ ରଖେ।ସ୍କିନ ମଧ୍ୟ ଗ୍ଲୋ କରିଥାଏ । ଏହାକୁ ପ୍ରଚୁର ପରିମାଣ ପିଇବା ଦ୍ବାରା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ। ଏହା ହାର୍ଟକୁ ସୁସ୍ଥ ରଖେ ଏବଂ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ଓଜନ କମାଇବା ପାଇଁ ପଇଡ ପାଣି ମଧ୍ୟ ଖୁବ୍‌ ଲାଭଦାୟକ । ପଇଡ ପାଣି ଛଡା ତା’ ଭିତରେ ଥିବା ନାଳି ବହୁତ ଲାଭକାରୀ ହୋଇଥାଏ । ଅଧିକାଂଶ ଲୋକେ ଏହାକୁ ପିଇବା ପରେ ଫିଙ୍ଗି ଦେଇଥାନ୍ତି ।ଏହା ଭିତରେ ଥିବା ନାଳି ଖାଇ ନଥାନ୍ତି । ନଡିଆ ନାଳିରେ ଥିବା ଆଇରନ୍‌, ଫସଫରସ, ମାଙ୍ଗାନିଜ, ଜିଙ୍କ, ଏଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟିଇନଫ୍ଲାମେଟରୀ ତତ୍ତ୍ୱ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା ନଡିଆ ନାଳିରେ ଥିବା ଲାଭକାରୀ ତତ୍ତ୍ୱ ବିଷୟରେ ।

ଇମ୍ୟୁନିଟି ବଢ଼ାଇଥାଏ-

ଇମ୍ୟୁନିଟି ବଢ଼ାଇବା ପାଇଁ ନଡ଼ିଆର ନାଳି ବା ମଲାଇ ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆ ମଲାଇରେ ଥିବା ଏଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟିଇନଫ୍ଲାମେଟରୀ ଗୁଣ ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ । ଇମ୍ୟୁନିଟି ବଢ଼ାଇବା ପାଇଁ ନାଳି ନଡ଼ିଆ ଜରୁର ଖାଆନ୍ତୁ ।

ପାଚନ ତନ୍ତ୍ର ସୁସ୍ଥ ରଖିଥାଏ-

ପାଚନ ତନ୍ତ୍ର ସୁସ୍ଥ ରଖିବା ପାଇଁ ନଡିଆର ନାଳି ବହୁତ ଲାଭାକାରୀ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଏହା ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ ।

 ହାର୍ଟ ସୁସ୍ଥ ରଖିଥାଏ-

ହାର୍ଟ ସୁସ୍ଥ ରଖିବା ପାଇଁ ନଡିଆ ନାଳି ବହୁତ ଲାଭଦାୟକ ହୋଇଥାଏ । କାରଣ ନାଳି ନଡ଼ିଆରେ ସାଚୁରେଟେଡ ଫ୍ୟାଟ ରହିଥାଏ,ଯାହା ହାର୍ଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏହି ଫ୍ୟାଟ ଗୁଡ୍‌ କୋଲେଷ୍ଟରାଲକୁ ବଢ଼ାଇଥାଏ ଓ ବ୍ୟାଡ୍‌ କୋଲେଷ୍ଟରାଲକୁ କମାଇଥାଏ ।

ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ –

ଯଦି ଆପଣ ଦିନକୁ ଥରେ କିମ୍ବା ଦୁଇଥର ପଇଡ ପାଣି ପିଅନ୍ତି ଏବଂ ଏହାର ନାଳି ଖାଆନ୍ତି, ତେବେ ଏହା ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନଡ଼ିଆ ପାଣିରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।

Show More

Related Articles

Back to top button