ଜୀବନଚର୍ଯ୍ୟା

ବାସ୍ତୁ ଟିପ୍ସ

ସକାଳୁ ଉଠିବା ମାତ୍ରକେ ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ର କୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।
* ସକାଳୁ ଉଠିଲେ କଦାପି ଜଂଗଲୀ ଜୀବଜନ୍ତୁ ଙ୍କ ଫଟୋ ଦେଖିବା ଉଚିତ୍ ନୁହେଁ । ସକାଳୁ ବନ୍ୟ ଜନ୍ତୁ ଙ୍କ ଫଟୋ ଦେଖିଲେ ଜୀବନ ଉପରେ ଖରାପ୍ ପ୍ରଭାବ ପଡିଥାଏ ।
* ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଅନୁସାରେ ପଶ୍ଚିମ ଦିଗରୁ ଆସୁଥିବା ଛାଇ ଦେଖିବା ଉଚିତ୍ ନୁହେଁ । ଏହାକୁ ଦେଖିଲେ ହେବାକୁ ଥିବା କାର୍ଯ୍ୟ ରେ ବାଧା ଉପୁଜି ଥାଏ ।
* ସକାଳୁ ଉଠି ଅଇଁଠା ବାସନ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିର ଅଇଁଠା ବାସନ ଦେଖିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।

* ଆମ ମାନଙ୍କର ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ଦର୍ପଣ ଦେଖିବା । ଏହା ଠିକ୍ ନୁହେଁ । ଏହାଦ୍ବାରା ଅର୍ଥ ଉପାର୍ଜନ ରେ ବାଧା ଉପୁଜି ଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ ନିଜ ହାତ ପାପୁଲି ସର୍ବ ପ୍ରଥମେ ଦେଖିବା ଉଚିତ୍, ସୂର୍ଯ୍ୟ ଙ୍କ ଦର୍ଶନ କରିବା ଉଚିତ୍ ଓ ଜଳ ଭର୍ତି ପାତ୍ର ଦେଖିବା ଉଚିତ୍ । ଏହା ସକାରାତ୍ମକ ଶକ୍ତି ଦେଇଥାଏ ଓ ଜୀବନରେ ପୂର୍ଣ୍ଣତା ଆଣିଥାଏ ।

Show More

Related Articles

Back to top button