କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

ଚଳିତ ବର୍ଷ ମହାଶିବରାତ୍ରିରେ ଘଟିବ ଦୁର୍ଲଭ ଯୋଗ

କରନ୍ତୁ ଏହିସବୁ ଉପାୟ ବରଷିବ ମହାଦେବଙ୍କ କୃପା

ଚଳିତ ବର୍ଷ ମହାଶିବରାତ୍ରି ମାର୍ଚ୍ଚ ମାସ ୧ ତାରିଖ ଦିନ ଅନୁଷ୍ଠିତ ହେବ । ବିଶେଷ ଭାବରେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ରେ ମହାଶିବରାତ୍ରି ଅନୁଷ୍ଠିତ ହୋଇଥାଏ । ମାନ୍ୟତା ରହିଛି ଯେ ଏହିଦିନ ମହାଦେବ ଙ୍କ ଆବିର୍ଭାବ ହୋଇଥିଲା ଓ ପାର୍ବତୀ ଙ୍କ ସହିତ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହା ଗୋଟିଏ ଦୁର୍ଲଭ ଯୋଗ ଘଟିବ । ଯାହା ଦ୍ଵାରା ଜୀବନରେ ଅନେକ ପରିବର୍ତ୍ତନ ଘଟିବ ।
* ଚଳିତ ବର୍ଷ ମହାଶିବରାତ୍ରି ମାର୍ଚ୍ଚ ୧ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ରହିବ । ତେଣୁ ଏହି ସମୟରେ ଦୁର୍ଲଭ ଯୋଗ ଦେଖା ଯାଇଥିବା କାରଣରୁ ଆପଣ ଏହି ସମୟରେ ଶିବ ଆରାଧନା କରି ନିଜ ଜୀବନ ର ସମସ୍ତ ଅସୁବିଧା ଦୂର କରି ପାରିବେ ।
* ମହାଶିବରାତ୍ରି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ବେଲ ବୃକ୍ଷ କୁ ପୂଜା କରିବା ଉଚିତ୍ । ଏହାଦ୍ବାରା ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ଓ ଆପଣଙ୍କ ଜୀବନ ରୁ ରିଷ୍ଟ ଖଣ୍ଡନ ହୋଇଥାଏ ।

* ଜୀବନରୁ ଦୁଃଖ ଓ ଦାରିଦ୍ର୍ୟ ଠାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ତେବେ ଚଳିତ ବର୍ଷ ମହାଶିବରାତ୍ରି ଦିନ ଘରେ ହବନ କରିବା ଉଚିତ୍ ଅଟେ । ଏହାଦ୍ବାରା ଏହି ଦୁର୍ଲଭ ଯୋଗରେ ଶତ୍ରୁ ନାଶ, ପାପ କ୍ଷୟ ଓ ଯଶ ବୃଦ୍ଧି ହୋଇଥାଏ ।
* ଚଳିତ ବର୍ଷ ମହାଶିବରାତ୍ରି ଦିନ ରୁଦ୍ରଭିଶେକ କରାଇଲେ ଜୀବନରୁ ଦୁଃଖ ଦରିଦ୍ରତା ନାସ ହୋଇଥାଏ ଓ ସନ୍ତାନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି ।
* ଚଳିତ ବର୍ଷ ମହାଶିବରାତ୍ରି ୨ ଦିନ ପଡ଼ୁଥିବା କାରଣରୁ ଭଲ ଯୋଗ ଘଟିଛି, ଏହି କାରଣରୁ ଆପଣ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ରାତିସାରା ବସାଇ ଉଜାଗର ରହିବେ ଓ ପରଦିନ ଏହି ଦୀପ କୁ ନେଇ ବର ଗଛ ମୂଳରେ ରଖିଦେବେ । ଏହାଦ୍ବାରା ସନ୍ତାନ ମାନଙ୍କର ସୁଖ ସମୃଦ୍ଧି ପ୍ରାପ୍ତ ହେବ ।
* ଶିବ ପଞ୍ଚାକ୍ଷରୀ ର ମହତ୍ତ୍ଵ ଅନେକ ରହିଛି । ତେଣୁ ଶିବରାତ୍ରି ଦିନ ଶିବ ପଞ୍ଚାକ୍ଷରୀ ପାଠ କରନ୍ତୁ । ଏପରି କଲେ ଘରୁ ଓ ଜୀବନରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ ।

Show More

Related Articles

Back to top button