Breaking PLUSଓଡ଼ିଶାଦେଶପୂଜା ପାର୍ବଣଭକ୍ତିମନୋରଞ୍ଜନମୁଖ୍ୟ ଖବର

ଘଟଗାଁରେ ମା’ଙ୍କ ଭୋଗ ଲାଗି ମିଳିଲା ଅନୁମତି

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତମାନେ ଏବେ ମା'ଙ୍କ ଦର୍ଶନ କରିବା ସହ ଏଣିକି ଭୋଗ ବି ଲାଗି ପାରିବ।

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତମାନେ ଏବେ ମା’ଙ୍କ ଦର୍ଶନ କରିବା ସହ ଏଣିକି ଭୋଗ ବି ଲାଗି ପାରିବ। ଏଥି ସହ ଗତ ୨ ବର୍ଷ ହେବ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କ ମନ୍ଦିର ପ୍ରବେଶ କଟକଣାକୁ ପ୍ରଶାସନ ଉଠାଇ ଦେଇଛି। ଏହା ଆସନ୍ତା ୨ ତାରିଖରୁ କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକାରୀ କରାଯିବାକୁ କେନ୍ଦୁଝର ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି।  ଆସନ୍ତା ବୁଧବାର ଠାରୁ ଭକ୍ତମାନେ ମନ୍ଦିରରେ ଭୋଗ ଲଗାଇ ପାରିବେ। ଏହା ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ଥିଲା। ଭକ୍ତ କେବଳ ମାଆଙ୍କ ଦର୍ଶନ କରୁଥିଲେ। କିନ୍ତୁ ମନ୍ଦିରରେ କୌଣସି ପ୍ରକାରର ଭୋଗ ଲାଗୁ ନ ଥିଲା । କିଛିଦିନ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏ ବାବଦରେ ନିବେଦନ କରାଯାଇଥିଲା। ଏବେ ତାହା ପୂରଣ ହେଲା ।

Show More

Related Articles

Back to top button