କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ମହାଶିବରାତ୍ରି ଦିନ ଏହିସବୁ ଜିନିଷକୁ ପୂଜା ସମୟରେ ବ୍ୟବହାର କରିବା ଦ୍ୱାରା ମିଳିଥାଏ ସମସ୍ତ ଅସୁବିଧା ରୁ ମୁକ୍ତି

ଫାଲ୍ଗୁନ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ଅନୁଷ୍ଠିତ ହୋଇଥାଏ l ଏହିଦିନ ମହାଦେବଙ୍କୁ ବିଭିନ୍ନ ସାତ୍ଵିକ ବସ୍ତୁ ଅର୍ପଣ କରାଯାଇ ଅଭିଷେକ କରାଯିବାର ମାନ୍ୟତା ରହିଛି l

ମହାଦେବଙ୍କର ଏପରି ସବୁ ପ୍ରିୟ ଜିନିଷ ରହିଛି ଯାହା ତାଙ୍କୁ ଶିବରାତ୍ରି ଦିନ ଅର୍ପଣ କଲେ ସେ ସନ୍ତୁଷ୍ଟ ଲାଭ କରିଥାଆନ୍ତି l

* ଅକ୍ଷତ – ମହାଦେବ ଙ୍କ ପୂଜାରେ ସବୁଠୁ ମୁଖ୍ୟ ଜିନିଷଟି ହେଲା ଅକ୍ଷତ l ଅକ୍ଷତ ର ଅର୍ଥ ଏହା ଯେ ଯାହାର କ୍ଷୟ ବା କ୍ଷତ ହୋଇ ନଥିବ l ତାହା ହେଉଛି ଚାଉଳ l ମହାଦେବଙ୍କୁ ପୂଜାରେ ଅକ୍ଷତ ବା ଚାଉଳ ଅର୍ପଣ କରିବା ନିହାତି ଜରୁରୀ l କାରଣ ଅକ୍ଷତ ର ସମ୍ବନ୍ଧ ଚନ୍ଦ୍ରମା ନ୍କ ସହିତ ରହିଥାଏ l ମହାଦେବ ଙ୍କ ପୂଜାରେ ଚାଉଳ ଅର୍ପଣ କଲେ ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଚନ୍ଦ୍ର ମହା ଦଶା ରୁ ମୁକ୍ତି ମିଳିଥାଏ l

* ମହୁ – ମହାଦେବଙ୍କ ପୂଜାର ଆଉ ଗୋଟିଏ ଜରୁରୀ ବସ୍ତୁ ହେଲା ମହୁ l ମହାଦେବ ଙ୍କୁ ମହୁ ରେ ଅଭିଷେକ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ l

* ଦେଶୀ ଘିଅ – ମହାଦେବ ଙ୍କ ପୂଜାରେ ଦେଶୀ ଘିଅ ର ପ୍ରୟୋଗ ଅଭିଷେକ ପାଇଁ ବ୍ୟବହାର କରାଯାଏ l ଯେଉଁ କାରଣରୁ ସାରା ଜୀବନ ସାରା ଆରୋଗ୍ୟ ପ୍ରାପ୍ତି କରିବେ ଓ ଆପଣଙ୍କ ବଂଶ ବୃଦ୍ଧିରେ ମଧ୍ୟ କୌଣସି ବାଧା ଉପୁଜିବ ନାହିଁ l

* ଆଖୁ ରସ କିମ୍ବା ପଇଡ଼ ପାଣି – ମହାଶିବରାତ୍ରି ରେ ମହାଦେବ ଙ୍କ ଅଭିଷେକ ରେ ଆଖୁରସ କିମ୍ବା ପଇଡ଼ ପାଣି ପ୍ରୟୋଗ ନିହାତି କରିବା ଆବଶ୍ୟକ l ଏପରି କରିବା ଦ୍ୱାରା ସୁଖ ସମୃଦ୍ଧି ଓ ଧନ ବୈଭବ ପ୍ରାପ୍ତି ହେବ l

* ଭାଙ୍ଗ ଓ ଦୂରଦୁରା ଫୁଲ – ମହାଶିବରାତ୍ରି ରେ ମହାଦେବ ଙ୍କ ପୂଜା ରେ ଯେଉଁ ସବୁ ଜିନିଷ ପ୍ରୟୋଗ ହୋଇଥାଏ, ସେଥି ମଧ୍ୟରୁ ଗୋଟିଏ ହେଲା ଭାଙ୍ଗ ଓ ଦୂରଦୁରା ଫୁଲ l ବେଲପତ୍ର ସହିତ ଏହି ଦୁଇଟି ଜିନିଷ ମହାଦେବ ଙ୍କୁ ନିହାତି ଅର୍ପଣ କରିବା ଉଚିତ l କାରଣ ଏହିସବୁ ବସ୍ତୁ ଗୁଡିକ ମହାଦେବ ଙ୍କର ଖୁବ ପ୍ରିୟ ଅଟେ l

Show More

Related Articles

Back to top button