କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ମହାଶିବରାତ୍ରୀ ଦିନ ବେଲପତ୍ର ଚଢ଼ାଇବା ସମୟରେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ପସନ୍ନ ହୋଇଥାଆନ୍ତି ମହାଦେବ

ମିଳିଥାଏ ଚମତ୍କାର ଲାଭ

ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଓ ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଥାଏ l ଏହିଦିନ ପ୍ରାୟ ସମସ୍ତ ହିନ୍ଦୁ ବ୍ୟକ୍ତିମାନେ ନିଜର ମନସ୍କାମନା ପୁର୍ଣ କରିବା ପାଇଁ ମହାଶିବରାତ୍ରୀ ବ୍ରତ ପାଳନ କରି ଥାଆନ୍ତି l ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ମାସ ୧ତାରିଖ ଦିନ ସାରା ଭାରତରେ ପାଳିତ ହେବ l ଏହିଦିନ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ଓ ମହାଦେବ ମଧ୍ୟ ଜ୍ୟୋତିର୍ଲିଙ୍ଗ ଭାବରେ ଉଦ୍ଭାବନ ହୋଇଥିଲେ l ତେଣୁ ମାନ୍ୟତା ରହିଛି ଯେ ଏହିଦିନ ରୁଦ୍ରାଭିଷେକ କରାଗଲେ ଭକ୍ତର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l

* ମହାଶିବରାତ୍ରୀ ଦିନ ବେଲପତ୍ର ମହାଦେବ ଙ୍କୁ ଅର୍ପଣ କଲେ ଆର୍ଥିକ ଅସୁବିଧା ଦୂର ହୋଇଥାଏ l ଶାସ୍ତ୍ରରେ କୁହାଯାଇଛି ଯେ ଭୋଳାନାଥ ଙ୍କୁ ବେଲପତ୍ର ଅର୍ପଣ କରିବା ସମୟରେ ଯଦି ମହାଦେବଙ୍କ ପ୍ରଭାବଶାଳୀ ମନ୍ତ୍ର ପାଠ କରାଯାଇ ଥାଏ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l

*ଏଥିପାଇଁ ଅର୍ପଣ କରାଯାଏ ମହାଦେବ ଙ୍କୁ ବେଲପତ୍ର l ମାତା ପାର୍ବତୀ ମହାଦେବ ଙ୍କୁ ପତି ରୂପରେ ଲାଭ କରିବା ପାଇଁ କଠୋର ତପସ୍ୟା କରିଥିଲେ l ଏକଦା ମହାଦେବ ବେଲ ବୃକ୍ଷ ତଳେ ବସି ତପସ୍ୟା କରୁଥିଲେ l ଏହି ସମୟରେ ପାର୍ବତୀ ତାଙ୍କର ପୂଜା କରିବାକୁ ଯାଇଥିଲେ ଓ ପୂଜା ସାମଗ୍ରୀ ଆଣିବା ପାଇଁ ଭୁଲି ଯାଇଥିଲେ l ଏହାପରେ ସେ ମହାଦେବ ଙ୍କୁ ବେଲପତ୍ର ଦେଇ ପୂଜା କରିଥିଲେ l ଏହାଦ୍ୱାରା ଭୋଳାନାଥ ସନ୍ତୁଷ୍ଟ ହୋଇଥିଲେ ମାନ୍ୟତା ରହିଛି ଯେ ସେହି ଦିନଠାରୁ ମହାଦେବ ଙ୍କୁ ବେଲପତ୍ର ଅର୍ପଣ କରାଯାଏ l

* ମହାଶିବରାତ୍ରୀ ଦିନ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ ଟି କିମ୍ବା ୧୧ ଟି ବେଲପତ୍ର ଅର୍ପଣ କରିବା ଆବଶ୍ୟକ l ଏହି ବେଳପତ୍ରକୁ ଗଙ୍ଗାଜଳ ରେ ଧୋଇ ରକ୍ତ ଚନ୍ଦନ ଦେଇ ମହାଦେବ ଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୂର ହେବ l

* ବେଲପତ୍ର ଚଢ଼ାଇବା ସମୟରେ ପାଠ କରନ୍ତୁ ଏହି ମନ୍ତ୍ର – ” ତ୍ରିଦଳଙ୍ଗ ତ୍ରିଗୁଣା କାରଙ୍ଗ ତ୍ରିନେତ୍ରମ ଚ ତ୍ରି ଆୟୁଧମ, ତ୍ରିଜନ୍ମଙ୍ଗ ପାପ ସହାଂରଙ୍ଗ , ବିଲ୍ଵ ପତ୍ର ଶିବା ପର୍ଣ୍ଣମ” l ଏହି ମନ୍ତ୍ରଟିକୁ ମହାଶିବରାତ୍ରୀ ଦିନ ବେଲପତ୍ର ଅର୍ପଣ କରିବା ସମୟରେ ପାଠ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ବାସ କରିଥାଏ l

Show More

Related Articles

Back to top button