Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଭାରତ ପାଇଁ ଆମକୁ ବିଶ୍ଵବନ୍ଧୁ ହେବା ନିହାତି ଜରୁରୀ- ଏସ ଜୟଶଙ୍କର

ଭୁବନେଶ୍ୱର- ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କର ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିବ । ଏହି ଅବସରରେ ସେ କଟକରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇ ଉଦବୋଧନରେ କହିଛନ୍ତି ବିକଶିତ ଭାରତ ପାଇଁ ଆମକୁ ବିଶ୍ଵବନ୍ଧୁ ହେବା ନିହାତି ଜରୁରୀ। ୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ ହୋଇଛି। ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରାଯିବ। ଭାରତ ଆଜି ଏପରି ଏକ ଦେଶ, ସମସ୍ତେ ଏଠାରେ ନିବେଶ କରିବାକୁ ଚାହୁଁଛନ୍ତି। ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ। କୋଭିଡରେ ପ୍ରଭାବିତ ସତ୍ବେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା। ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମର ଇମେଜ୍ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍ । ଥ୍ରୀ-ଜି, ଫୋର୍ ଜି ମେଡ୍ ଇନ୍ ଚାଇନା ଥିଲା। କିନ୍ତୁ ଫାଇଭ୍-ଜି ମେକ୍ ଇନ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ଆମେ ବାହାର କରିଥିଲୁ। ତେଣୁ ମୋର ବିଶ୍ଵାସ ଯେ ଭାରତ ବିଶ୍ଵବନ୍ଧୁର ପରିଚୟ ସୃଷ୍ଟି କରିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button