Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଯବାନ ମାନଙ୍କ ସହ ଦୀପାବଳି ପାଳିବେ ମୋଦି

ଆଜି ଆଲୋକର ପର୍ବ ଦୀପାବଳି । ଯବାନ ମାନଙ୍କ ସହ ଆଜି ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି । ଏନେଇ ମୋଦି ଆଜି ଜମ୍ମୁ କଶ୍ମୀର ରଜୌରୀରେ ହେଲିକପ୍ଟର ଯୋଗେ ପହଁଚିଛନ୍ତି ।

ମୋଦିଙ୍କ ଗସ୍ତକୁ ନେଇ ସୀମା ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୀମୀରେ ଦେଶ ଜଗୁଥିବା ଯବାନ ମୋ ପରିବାର ତାଙ୍କ ସହ ଏଥର ଦୀପାବଳି ପାଳନ କରିବା ନେଇ ମୋଦି କହିଛନ୍ତି । ଯବାନ ମାନଙ୍କ ସହ ମୋଦି ଦ୍ୱିତୀୟ ଥର ଦୀପାବଳି ପାଳନ କରୁଛନ୍ତି । ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ରଜୌରିରେ ଆର୍ମୀ ଯବାନ ମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ସେନମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣ ଜମ୍ମୁରେ ପହଁଞ୍ଚି ସୀମାନ୍ତ ଅଞ୍ଚଳରେ ନିରାପତ୍ତା ପରିସ୍ଥିତି ଦେଖିଥିଲେ । ଜମ୍ମୁ କଶ୍ମୀରରେ ବର୍ତ୍ତମାନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ଲାଗିଛି । ତେଣୁ ଯବାନମାନଙ୍କ ମନୋବଳ ବୃଦ୍ଧି ପାଇଁ ନୌଶରେ ସେକ୍ଟରରେ ପହଁଚିଛନ୍ତି ମୋଦି ।

Show More

Related Articles

Back to top button