Breaking PLUSଖେଳମୁଖ୍ୟ ଖବର

ଟିମ୍ ଇଣ୍ଡିଆର ନୂଆ କୋଚ୍ ହେଲେ ରାହୁଲ୍ ଦ୍ରାବିଡ

ଭାରତୀୟ କ୍ରିକେଟ ଦଳର ନୂଆ କୋଚ୍ ଭାବେ ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡଙ୍କୁ ନିଯୁକ୍ତି କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତକାଲି ଦ୍ରାବିଡଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା । କୋଚ୍ ହେବା ପରେ ଦ୍ରାବିଡଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଦ୍ରାବିଡଙ୍କ କୋଚ୍ ହେବା ନେଇ ମନ୍ତବ୍ୟ ଦେଇଛନ୍ତି ଟିମ୍ ଇଣ୍ଡିଆର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା ।

ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପରେ ରୋହିତ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦ୍ରାବିଡ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବହୁତ ବହୁତ ବଧେଇ । ସେ ନୂଆ ଦାୟିତ୍ୱ ସହ ଟିମରେ ଯୋଗ ଦେଇଛନ୍ତି । ତାଙ୍କ ସହ କାମ କରିବାକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ । ସେ ଭାରତୀୟ କ୍ରିକେଟର ଜଣେ ମହାନ୍ ଖେଳାଳି ଏବଂ ତାଙ୍କ ସହ ଭବିଷ୍ୟତରେ କାମ କରିବା ନିଶ୍ଚିତ ଭାବେ ଭଲ ରହିବ ବୋଲି ରୋହିତ୍ କହିଛନ୍ତି ।

ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ନଭେମ୍ବର ୧୭ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଖେଳିବ । ଏହା ଦ୍ରାବିଡଙ୍କର ପୂର୍ଣ୍ଣକାଳୀନ କୋଚ୍ ଭାବେ ପ୍ରଥମ ଦାୟିତ୍ୱ ହେବ । ଏହା ପୂର୍ବରୁ ଜୁଲାଇ ମାସରେ ଶିଖର ଧୱନଙ୍କ ନେତୃତ୍ୱରେ ଦ୍ରାବିଡ୍ ଭାରତୀୟ ଟିମ୍ ସହ ଶ୍ରୀଲଙ୍କା ଗସ୍ତ କରିଥିଲେ । ସେଠାରେ ଭାରତ ସୀମିତ ଓଭର ସିରିଜ୍ ଖେଳିଥିଲା।

Show More

Related Articles

Back to top button