Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପୁରୀରେ ଲୋକାର୍ପିତ ହୋଇଛି ସ୍ୱର୍ଗରଥ

ଆଜି ପୁରୀରେ ଲୋକାର୍ପିତ ହୋଇଛି ସ୍ୱର୍ଗରଥ । ଏହାକୁ ଲୋକାର୍ପିତ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ମୃତଦେହକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହାକୁ କାର୍ଯ୍ୟକାରୀ କରାଯିବ । ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ଶହ ଟଙ୍କା ଦେବାକୁ ହେବ । ୦୬୭୫୨-୨୯୧୨୯୧ ନମ୍ବର ଯୋଗେ ଏହି ସେବା ପାଇପାରିବେ ।

ଓଏମସି ପକ୍ଷରୁ ଏହି ଗାଡ଼ି ଯୋଗାଇଦିଆଯାଇଛି । ଏହାଦ୍ୱାରା ପୁରୀ ପୌରାଞ୍ଚଳର ବାସିନ୍ଦାମାନେ ଏହି ସବୁଦିନିଆ ସେବା ପାଇପାରିବେ । ଜିଲ୍ଲାପାଳ ମୃତଦେହ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ କନିଷ୍ଠ ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଜାରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ଭବତାରଣ ସାହୁ, ସ୍ୱର୍ଗଦ୍ୱାର ପରିଚାଳନା କମିଟି ସିଦ୍ଧାର୍ଥ ରାୟ, କଟକି ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ, ସ୍ୱର୍ଗଦ୍ୱାର ନିୟୋଜିତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Back to top button