ଓଡ଼ିଶା

ବିଜେପିକୁ ହଟାଇବା ପାଇଁ ମମତାଙ୍କ ନୂଆ ରଣନୀତି

ଏଥର ଅଗଷ୍ଟ ୧୬ ତାରିଖ ଖେଲା ହୋବେ ଦିବସ

ବିଜେପିକୁ ସବୁ ରାଜ୍ୟରୁ ହଟାଇବା ପାଇଁ ଟିଏମସିର ନୂଆ ରଣନୀତି । ଆସନ୍ତା ଅଗଷ୍ଟ ୧୬ତାରିଖକୁ ତୃମମଳ କଂଗ୍ରେସ ପାଳିବ ଖେଲା ହୋବେ ଦିବସ । ଏନେି ଟିଏ ମସି ମୁଖ୍ୟମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ଦେଶ ବିଜେପି ମୁକ୍ତ ନହୋଇଛି ସେପର୍ଯ୍ୟନ୍ତ ଖେଲା ହୋବେ ଦିବସ ପାଳନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିବା ସହ ଭିସି ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ ମମତା ଦିଦି । ଦେଶରେ ସ୍ବାଧିନତା ଆଜି ବିପଦରେ ଅଛି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ବିଜେପି ସମସ୍ତଙ୍କୁ ହାତରେ ରଖି ନିଜର ଦବଦବା ଚଳାଇଛି ବୋଲି କହିଛନ୍ତି ମମତା । ବିଜେପି ନିଜେ ଏକ ଭାଇରସ ଲୋଡେଡ ପାର୍ଟି ବୋଲି ମମତା କହିବାକୁ ପଛାଇ ନାହାଁନ୍ତି । କରୋନାଠୁ ଅଧିକ ଭାଇରସ ବିଜେପିରେ ଅଛନ୍ତି ବୋଲି ଦିଦି କହିଛନ୍ତି ।

Show More

Related Articles

Back to top button