ଖେଳ

ଶୁକ୍ରବାର ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ

ଭାରତରୁ ୬ ଅଫିସିଆଲଙ୍କୁ ଅନୁମତି

ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତରୁ ମାତ୍ର ୬ ଜଣ ଅଫିସିଆଲ୍‌ଙ୍କୁ ଅନୁମତି ମିଳିଥିବାବେଳେ ଆଥଲେଟମାନଙ୍କୁ କ୍ୟାପ୍‌ ପିନ୍ଧିବା ବାରଣ କରାଯାଇଛି । ଭାରତର ଡେପ୍ୟୁଟି ଚିଫ୍‌-ଡି-ମିସନ ପ୍ରେମ୍‌ କୁମାର ବର୍ମା ଏ ବିଷୟରେ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣକାରୀ ସବୁ ଦେଶର ୬ଜଣ ଲେଖାଏଁ ଅଫିସିଆଲ୍‌ ସାମିଲ ହୋଇ ପାରିବେ । ଆଥଲେଟମାନେ କ୍ୟାପ୍‌ ପିନ୍ଧି ପାରିବେନି । ତେଣୁ ଉଦ୍‌ଘାଟନୀ ଉତ୍ସବର ପରଦିନ ଯେଉଁ ଆଥଲେଟମାନଙ୍କର କ୍ରୀଡ଼ାସୂଚୀ ରହିଛି, ସେମାନଙ୍କୁ ଆମେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛୁ ।

 

ଉଦ୍‌ଘାଟନୀ ଉତ୍ସବ ରାତି ଅଧ ଯାଏଁ ଜାରି ରହିବ । ପରଦିନ କ୍ରୀଡ଼ାସୂଚୀ ଥିବା ଆଥଲେଟମାନେ ଏଥିରୁ ଦୂରେଇ ରହିବା ଭଲ ।’ ଟୋକିଓ ଅଲିମ୍ପିକ୍ସ ୨୩ ତାରିଖରୁ ଆରମ୍ଭ ହେବ । ୨୪ ତାରିଖରୁ ସୁଟିଂ, ବକ୍ସିଂ, ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା) କ୍ରୀଡ଼ାସୂଚୀ ରହିଛି ।ସୂଚନାଯୋଗ୍ୟ, ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍‌) ଜଣିଆ ଦଳ ଭାଗ ନେବ । ଛଅ ଥର ବିଶ୍ୱ ଚାମ୍ପିଅନ୍‌ ଏମ୍‌ସି ମେରୀ କମ୍‌ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ମନୋନୀତ ହୋଇଛନ୍ତି ।

Show More

Related Articles

Back to top button