ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

କଳା ଲୁଣ ମିଶ୍ରିତ ପାଣି ପିିଇଲେ ମିଳିଥାଏ ଏହିସବୁ ଫାଇଦା

ଅନେକ ପ୍ରକାର ଖାଦ୍ୟରେ କଳା ଲୁଣ ବ୍ୟବହାର କରାଯାଏ । ଫଳରେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ତେବେ ଆପଣ ଜାଣନ୍ତି କି କଳା ଲୁଣ ମିଶ୍ରିତ ପାଣି ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ ।

କଳା ଲୁଣରେ ପୋଟାସିଅମ, ମ୍ୟାଗ୍ନେସିଅମ ଏବଂ କ୍ୟାଲିସିଅମ ଭଳି ନ୍ୟୁଟ୍ରିଏଣ୍ଟସ ରହିଥାଏ। ଯାହା ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ। ଯଦି ଆପଣ କଳା ଲୁଣ ପାଣି ପ୍ରତିଦିନ ପିଇବା ଦ୍ୱାରା ଶରୀର ପାଇଁ ଲାଭକାରୀ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କ’ଣ ଲାଭ ମିଳିଥାଏ-

ଇବେଟିଜ ରୋଗୀ ଚିନି ଏବଂ ଲୁଣ ଖାଇବା ଦ୍ୱାରା କଣ୍ଟ୍ରୋଲ କରିବାକୁ ପରାମର୍ଶ ଦିଆଯାଇଥାଏ। ଧଳା ଲୁଣରେ ସୋଡିଅମର ମାତ୍ରା ଅଧିକ ରହିଥାଏ। ଯାହା ବ୍ଲଡ ପ୍ରେସର ବଢିବାର ସମ୍ଭାବନା ରହିଥାଏ। ତେଣୁ ମଧୁମେହ ରୋଗୀ କଳା ଲୁଣ ପାଣି ପିଇବା ଦ୍ୱାରା ଲାଭ ମିଳିଥାଏ।

– ଯଦି ପ୍ରତିଦିନ ସକାଳେ କଳା ଲୁଣ ପାଇବା ଦ୍ୱାରା ପାଚନ କ୍ରିୟା ଭଲ ହୋଇଥାଏ। ପେଟରେ ହାଇଡ୍ରୋକ୍ଲୋରିକ ଏସିଡ ଏବଂ ପ୍ରୋଟିନ ପାଚନ ଏନଜାଇମକୁ ଆକ୍ଟିଭ କରିଥାଏ। ତେଣୁ ଏଥିପାଇଁ ଗ୍ୟାସ୍‌ ଏବଂ ଏସିଡିଟି ଭଳି ସମସ୍ୟା ହୁଏ ନାହିଁ।

– କଳା ଲୁଣରେ ଏକ୍ସୋଫୋଲିଏଟିଂ ଏବଂ କ୍ଲିଜିଂ ପୋଷକ ତତ୍ତ୍ୱ ରହିଥାଏ ଯାହା କେଶ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହି ପାଣି ପିଇବା ଦ୍ୱାରା କେଶ ମୂଳ ସଫା ହୋଇଥାଏ।

– ଓଜନ ବଢୁଥିବା ନେଇ ଆଜିକାଲି ଅନେକ ଲୋକ ଚିନ୍ତାରେ ରହିଥାନ୍ତି। ମୋଟାପଣ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। କଳା ଲୁଣ ପାଣିରେ ଆଣ୍ଟି ଓବେସିଟି ପୋଷକ ତତ୍ତ୍ୱ ରହିଥାଏ। ବଢୁଥିବା ଓଜନକୁ କମ୍‌ କରିଥାଏ କଳା ଲୁଣ ପାଣି।

Show More

Related Articles

Back to top button