ଦେଶ ବିଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ମାଡ଼ ଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ରାୟପୁର: ମାଡ଼ ଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସମସ୍ତଙ୍କ ସାମ୍ନାରେ ଚାବୁକ ମାଡ଼ ଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ହାତ ଦେଖାଇ ଠିଆ ହୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ପ୍ରହାର ଉପରେ ପ୍ରହାର କରି ଚାଲିଲେ । ତେବେ କିଏ ଦେଲା ତାଙ୍କୁ ଏମିତି ଶାସ୍ତି? ସେ କାହିଁକି ଖାଇଲେ ମାଡ଼? ଦୀପାବଳିର ଦ୍ୱିତୀୟ ଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଗ ଜିଲ୍ଲାର ଜଞ୍ଜଗିରି ଗାଁରେ ଗୌରା-ଗୌରୀ ପୂଜାରେ ସାମିଲ ହୋଇଥିଲେ। ଏଥିରେ ସାମିଲ ହୋଇ ସେ ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି ପାଇଁ କାମନା କରିଥିଲେ। ଆଉ ପୂଜା ପରମ୍ପରା ଅନୁଯାୟୀ ସେ ଖାଇଥିଲେ ଚାବୁକ ମାଡ଼। ମୁଖ୍ୟମନ୍ତ୍ରୀଙ୍କ ହାତକୁ ଚାବୁକରେ ପାଞ୍ଚ ଥର ପ୍ରହାର କରିଥିଲେ ବୀରେନ୍ଦ୍ର ଠାକୁର। ଏହି ପୂରା ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛତିଶଗଡରେ ଏକ ଲୋକଙ୍କ ବିଶ୍ୱାସ ରହିଛି ଯେ ଗୌରା-ଗୌରୀ ପୂଜା ଅବସରରେ ଚାବୁକ ମାଡ଼ ଖାଇବା ଦ୍ୱାରା ଯନ୍ତ୍ରଣାକୁ ଦୂର ହୋଇଥାଏ। ସବୁ  ଶାରୀରିକ ସମସ୍ୟା ଦୂର ହେବା ସହ ଘରକୁ ସୁଖ ସମୃଦ୍ଧି ଆସିଥାଏ। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ପୂଜା କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରି ଏଭଳି ଚାବୁକ ମାଡ଼ ଖାଆନ୍ତି।

Show More

Related Articles

Back to top button