ଦେଶମନୋରଞ୍ଜନ

‘କେଜିଏଫ୍ ୧’ର ରେକର୍ଡ ଭାଙ୍ଗିଲା ‘କାନ୍ତାରା’,ସ୍ୱଳ୍ପ ବଜେଟରେ କଲା ଏତିକି ଆୟ

‘କେଜିଏଫ୍ ୧’ର ରେକର୍ଡ ଭାଙ୍ଗିଲା କନ୍ନଡ ଫିଲ୍ମ ‘କାନ୍ତାରା’ । ଋଷଭ ଶେଟ୍ଟୀଙ୍କ କନ୍ନଡ ଫିଲ୍ମ ‘କାନ୍ତାରା ଦିନକୁ ଦିନ ସଫଳତା ପାଉଛି । ଭାଙ୍ଗୁଛି ଅନେକ ରେକର୍ଡ । ସ୍ୱଳ୍ପ ବଜେଟରେ ଆୟ କରିଛି ଦଶ ଗୁଣ

‘କାନ୍ତାରା’ କର୍ଣ୍ଣାଟକର ହୋମ୍ବଲେ ପ୍ରଡକ୍ସନ୍ ହାଉସର ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ହୋଇପାରିଛି। ଫୁଟ୍‌ଫଲ ଦୃଷ୍ଟିରୁ କାନ୍ତାରା କେଜିଏଫକୁ ଅତିକ୍ରମ କରିଛି। କେଜିଏଫ୍ ୧ ର ଫୁଟ୍‌ଫଲ ବିଷୟରେ କହିବାକୁ ଗଲେ ଏହି ସଂଖ୍ୟା ୭୫ ଲକ୍ଷ ଥିଲା, କିନ୍ତୁ କାନ୍ତାରା କ୍ଷେତ୍ରରେ ଏହା ୭୭ ଲକ୍ଷରେ ପହଞ୍ଚିଛି। ଏନେଇ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।

କାନ୍ତାରା ଏକ ସ୍ୱଳ୍ପ ବଜେଟ୍ ଫିଲ୍ମ। କୁହାଯାଉଛି ଫିଲ୍ମଟି ପ୍ରାୟ ୧୫-୨୦ କୋଟି ଟଙ୍କାରେ ନିର୍ମିତ ହୋଇଛି। କିନ୍ତୁ ରୋଜଗାର କ୍ଷେତ୍ରରେ, ଏହାର ମୂଲ୍ୟ ପ୍ରାୟ ଦଶ ଗୁଣ ଅର୍ଜନ କରିଛି। ଫିଲ୍ମର ନିଟ୍ କଲେକ୍ସନ୍ ପ୍ରାୟ ୧୪୫ କୋଟି ଟଙ୍କା ବୋଲି କୁହାଯାଉଛି।

Show More

Related Articles

Back to top button