ଦେଶସ୍ୱତନ୍ତ୍ର

ନିଜ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କଲା ମିଆଁମାର,ଆକ୍ରମଣରେ ଅନେକ ପ୍ରାଣ ହରାଇଲାବେଳେ ଅନେକ ଆହତ

ନିଜ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କଲା ମିଆଁମାର,ଆକ୍ରମଣରେ ୮୦ରୁ ଅଧିକ ପ୍ରାଣ ହରାଇଲାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଗାୟକ ଏବଂ ସଙ୍ଗୀତଜ୍ଞ ମଧ୍ୟ ରହିଛନ୍ତି ।

କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହ ସମୟରେ ସମାରୋହ ସ୍ଥଳରେ ସେନାର ଏୟାରଷ୍ଟ୍ରାଇକରେ ୪ ବୋମା ନିକ୍ଷେପ କରାଯାଇଥିଲା। ଫଳରେ ଏପରି ଘଟଣା ଘଟିଛି । ତେବେ ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେବେ ତିନି ଦିନ ପରେ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଇଣ୍ଡୋନେସିଆରେ ହେବାକୁ ଯାଉଛି। ଆଉ ଏହି ବୈଠକ ମିଆଁମାରରେ ବ୍ୟାପକ ହିଂସା ଉପରେ ଆଲୋଚନା ପାଇଁ ଡକାଯାଇଛି। ଗତ ବର୍ଷ ଫେବୃଆରୀରେ ସରକାରଙ୍କ ପତନ ପରେ ରବିବାର ସବୁଠୁ ବଡ ଆକ୍ରମଣରେ ଅଧିକ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଛି।

ତେବେ ଏବାବଦରେ ସୈନ୍ୟ ସରକାରଙ୍କ ସୂଚନା କାର୍ଯ୍ୟାଳୟ ଅନୁଯାୟୀ, କାଚିନ ଇଣ୍ଡିପେଣ୍ଡେନ୍ସ ଆର୍ମିର ୯ମ ବ୍ରିଗେଡର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ପ୍ରତିଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛି। ସଙ୍ଗୀତ କାର୍ଯ୍ୟକ୍ରମ ଉପରେ ବୋମାମାଡ ଏବଂ ପ୍ରାଣ ହରାଇଥିବା ଶ୍ରୋତାଙ୍କ ଖବରକୁ ସେନା କାର୍ଯ୍ୟାଳୟ ଅସ୍ଵୀକାର କରିଛି।

ଅନ୍ୟପଟେ ମିଆଁମାରରେ ମିଳିତ ଜାତିସଂଘ କାର୍ଯ୍ୟାଳୟ ସେନାର ଏୟାରଷ୍ଟ୍ରାଇକକୁ ଘୋର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛି। ୟୁଏନ କହିଛି ଯେ, ସୁରକ୍ଷା ବଳ ପକ୍ଷରୁ ନାଗରିକଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବାକୁ କଦାପି ସ୍ଵୀକାର କରାଯାଇ ପାରିବ ନାହିଁ।

 

Show More

Related Articles

Back to top button