ଓଡ଼ିଶାପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର

ନୂଆଁଖାଇ ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା,ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଆସନ୍ତା ସେପ୍ଟେମ୍ବର ୧ରେ ଗଣପର୍ବ ବା ନୂଆଁଖାଇ । ତେଣୁ ନୂଆଁଖାଇ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧ ନୂଆଖାଇ ଦିନରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ବ୍ୟାଙ୍କିଂ ସମ୍ପର୍କିତ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ ।

ଏଥିସହିତ ରାଜ୍ୟର ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ମଧ୍ୟ ଏହି ଦିନ ବନ୍ଦ ରହିବ । ସାରା ରାଜ୍ୟରେ ନୂଆଖାଇ ଦିନ ବ୍ୟାଙ୍କଗୁଡିକୁ ବନ୍ଦ କରିବା ପାଇଁ ରାଜସ୍ୱ ବିଭାଗ ଘୋଷଣା କରିଛି । ସେହିପରି ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଚଳିତବର୍ଷ ନୂଆଖାଇ ଛୁଟି ପ୍ରଦାନ କରାଯିବା ନେଇ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

Show More

Related Articles

Back to top button