ଦେଶସ୍ୱତନ୍ତ୍ର

ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ବଡ ପଦକ୍ଷେପ

କିଛି ମାସ ପୂର୍ବରୁ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥଲେ । ବର୍ତ୍ତମାନ ମଇଦା, ସୁଜି, ଅଟା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । କେନ୍ଦ୍ର କ୍ୟାବିନେଟ ଗତ ସପ୍ତାହରେ ଏହି ନିଷ୍ପତ୍ତି ନେଇଥିଲା । ପରେ ଏନେ ବିଜ୍ଞପ୍ତି ଜାରି କରି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ପାଇଁ ରପ୍ତାନୀ ଉପରେ ପଦକ୍ଷେପ ଲଗାଯାଇଛି।

ଅଟା, ସୁଜି ଓ ମଇଦା ରପ୍ତାନି ଉପରେ ରୋକ ଲଗାଇବା ନେଇ ବିଦେଶ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ କେତେକ ନିର୍ଦିଷ୍ଟ ମାମଲରେ ଏହି ସାମଗ୍ରୀଗୁଡ଼ିକର ରପ୍ତାନି ଲାଗି ଅନୁମତି ଦେବାର କ୍ଷମତା ସରକାରଙ୍କ ପାଖରେ ରହିଛି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ,ଆନ୍ତଃ ମନ୍ତ୍ରୀ କମିଟି ବର୍ତ୍ତମାନ ମଇଦା, ସୁଜି, ଅଟା ବ୍ୟତୀତ ଚକି ପେଶା ଅଟାର ରପ୍ତାନୀ ପାଇଁ ଅନୁମତି ନେବା ଆବଶ୍ୟକ । ତେବେ ବୈଦେଶିକ ବାଣିଜ୍ୟ ନୀତି ୨୦୧୫-୨୦ର ସ୍ୱତନ୍ତ୍ର ବ୍ୟବସ୍ଥା ଏହି ବିଜ୍ଞପ୍ତି ଅନୁଯାୟୀ ପ୍ରଯୁଜ୍ୟ ହେବ ନାହିଁ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ୍ ୨୦୨୨ ରୁ ଜୁଲାଇ ୨୦୨୨ ମଧ୍ୟରେ ଭାରତରୁ ଗହମ, ମଇଦା ରପ୍ତାନୀ ୨୦୨୧ ତୁଳନାରେ ଏବେ ୨୦୦% ବୃଦ୍ଧି ପାଇଛି। ୨୦୨୧-୨୨ ମସିହାରେ ଭାରତ ୨୪୬ ନିୟୁତ ଡଲାରର ଗହମ, ମଇଦା ରପ୍ତାନୀ କରିଛି। ଏଥିସହିତ, ଚଳିତ ଆର୍ଥିକ ବର୍ଷରେ ମଇଦା ରପ୍ତାନୀ ଏପ୍ରିଲରୁ ଜୁଲାଇ ମଧ୍ୟରେ ୧୨୮ ମିଲିୟନ ଡ଼ଲାରରେ ପହଞ୍ଚିଛି।

 

Show More

Related Articles

Back to top button