ଦେଶସ୍ୱତନ୍ତ୍ର

ଜିଓ ୫ଜି କୁ ନେଇ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

ଜିଓ ୫ଜି କୁ ନେଇ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଜିଓ ୫ଜି ସେବା  । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏହି ଖବର ଦେଇଛନ୍ତି ।

ମୁକେଶ ଅମ୍ବାନୀ  ଦେଇଥିବା ସୂଚନା ଅନୁଯାୟୀ,  ପ୍ରଥମେ ଏହି ୫ଜି ସେବା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଆରମ୍ଭ କରାଯିବ।ଡିସେମ୍ବର ୨୦୨୩ ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି ।

ସେହିପରି ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି।ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

 

Show More

Related Articles

Back to top button