Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲି ଯାଉଥିବା ଫ୍ୟାକ୍ଟ ଫାଇଣ୍ଡି ଟିମକୁ ଅଟକାଇଲା ପୋଲିସ

କୋଲକାତା, 25 ଫେବୃଆରୀ- ଉତ୍ତର 24ପ୍ରଗଣାର ସନ୍ଦେଶଖାଲିରେ ମାନବାଧିକାର ଉଲ୍ଲଂଘନର ତଦନ୍ତ କରିବାକୁ ଯାଉଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ପୁଣି ଥରେ ପୋଲିସ ଅଟକାଇଛି । ଏହି ଟିମରେ ପାଟଣା ହାଇକୋର୍ଟର ସେବାନିବୃତ୍ତ ମୁଖ୍ୟ ବିଚାରପତି ଏଲ ନରସିହ୍ମା ରେଡ୍ଡି, ପୂର୍ବ ଆଇପିଏସ ଅଧିକାରୀ, ଓକିଲଙ୍କ ସମେତ 6ଜଣ ସଦସ୍ୟ ସାମିଲ ଥିଲେ । 144 ଧାରା ଲାଗୁ ହେବା କାରଣରୁ ଏହି ପ୍ରତିନିଧିମଣ୍ଡଳୀକୁ ସନ୍ଦେଶଖାଲିରୁ 52 କିଲୋମିଟର ପୂର୍ବରୁ ଦକ୍ଷିଣ 24 ପ୍ରଗଣାର ଭୋଜେରହାଟରେ ରୋକାଯାଇଥିଲା । ଏହାପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟ ସେଠାରେ ହିଁ ବସିରହିଥିଲା ।
ଏହି ହଙ୍ଗାମା ଓ ପୋଲିସର ନାକାବନ୍ଦୀ କାରଣରୁ ବାସନ୍ତୀ ରାଜମାର୍ଗରେ ଯାତାୟତ ଠପ୍ ହୋଇଯାଇଥିଲା । ଏହାପରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇଛି ।

Show More

Related Articles

Back to top button