Breaking PLUSଦେଶମୁଖ୍ୟ ଖବର

ରାଜସ୍ଥାନରେ ଆରମ୍ଭ ହେଲା ଭାରତ-ଜାପାନ ସେନାର ମିଳିତ ଅଭ୍ୟାସ ‘ଧର୍ମ ଗାର୍ଜିୟନ’

ନୂଆଦିଲ୍ଲୀ, 25 ଫେବୃଆରୀ- ଭାରତୀୟ ସେନା ଓ ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ମିଳିତ ସୈନ୍ୟ ଅଭ୍ୟାସ ‘ଧର୍ମ ଗାର୍ଜିୟନ‘ର 5ମ ସଂସ୍କରଣ ରବିବାର ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଂଜରେ ଆରମ୍ଭ ହୋଇଛି । ମାର୍ଚ୍ଚ 9 ଯାଏ ଚାଲିବାକୁ ଥିବା ଏହି ଅଭ୍ୟାସ ପ୍ରତିବର୍ଷ ବୈକଳ୍ପିକ ଭାବେ ଭାରତ ଓ ଜାପାନରେ ଆୟୋଜିତ ହୋଇଥାଏ । ଉଭୟ ପକ୍ଷର ଗୋଷ୍ଠୀରେ 40-40 ଯବାନ ସାମିଲ ଅଛନ୍ତି । ଜାପାନ ଦଳର ପ୍ରତିନିଧି ତାଙ୍କର 34ତମ ଇନଫ୍ରେଟ୍ରି ରେଜିମେଣ୍ଟ ଓ ଭାରତୀୟ ସେନାର ପ୍ରତିନିଧିତ୍ୱ ରାଜପୁତାନା ରଇଫଲ୍ସର ଗୋଟିଏ ବାଟାଲିୟନ କରୁଛନ୍ତି ।

Show More

Related Articles

Back to top button