Breaking PLUSଦେଶମୁଖ୍ୟ ଖବର

ବିନା ଲୋକୋ ପାଇଲଟରେ ଟ୍ରାକରେ ଦୌଡିଲା ମାଲଗାଡି

ଚଣ୍ଡିଗଡ- ଜମ୍ମୁ କଶ୍ମୀରରେ ବିନା ଚାଳକରେ ଟ୍ରାକରେ ଦୌଡୁଥିବର ମାଲଗାଡିକୁ ପଂଜାବର ହୋଶିୟାରପୁରରେ ସମୟ ପୂର୍ବରୁ ରୋକାଗଲା । ତେବେ ଏହି ଘଟଣା ପଛରେ ବଡ ମାନବୀୟ ତ୍ରୁଟି ସାମ୍ନାକୁ ଆସିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ମାଗିଛନ୍ତି । ରେଲୱେ ଟିମ୍ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
ଜମ୍ମୁ-କଶ୍ମୀରର କଠୁଆରୁ ମାଲଗାଡି ରବିବାର ବିନା ଡ୍ରାଇଭର ଓ ଗାର୍ଡରେ ଘଣ୍ଟା ପ୍ରତି 70 କିଲୋମିଟର ବେଗରେ ଦୌଡିଥିଲା । ଟ୍ରେନ 2ଘଣ୍ଟାରେ ପ୍ରାୟ 130 କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଜମ୍ମୁର କଠୁଆରୁ ବେଲଗାମ ଦେଇ ଟ୍ରେନକୁ ବହୁ ପରିଶ୍ରମ ପରେ ରେଳ ଅଧିକାରୀମାନେ ପଂଜାବର ହୋଶିୟାରପୁର ସ୍ଥିତ ଦସୁହାର ଉଚ୍ଚ ବସ୍ତିରେ କାଠର ଷ୍ଟପର ରଖି ରୋକିଥିଲେ ।
ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ, କଠୁଆ ରେଲୱେ ଷ୍ଟେସନରେ ଡ୍ରାଇଭର ମାଲଗାଡିକୁ ଇଂଜିନ ଷ୍ଟାର୍ଟ କରି ବିନା ହ୍ୟାଣ୍ଡ ବ୍ରେକ ଦେଇ ତଳକୁ ଓହ୍ଲାଇ ଯାଇଥିଲେ । ପଠାଣକୋଟ ପଟକୁ ଖାଲ କାରଣରୁ ମାଲଗାଡି ଗଡିଥିଲା । ରେଲୱେ ଅଧିକାରୀ ଯେତେବେଳେ ମାଲଗାଡି ଚାଲୁଥିବା ଜାଣିଥିଲେ, ସେତେବେଳେ କଠୁଆ ରେଲୱେ ଷ୍ଟେସନରେ ଟ୍ରେନକୁ ଅଟକାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । କିଛି ସମୟ ପରେ ମାଲଗାଡି ଦ୍ରୁତଗତିରେ ଚାଲିଥିଲା ।

Show More

Related Articles

Back to top button