Breaking PLUSଦେଶମୁଖ୍ୟ ଖବର

ଶ୍ରୀଦ୍ୱାରକାଧୀଶ ମନ୍ଦିରର ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ଶାରଦା ପୀଠରେ ଶଙ୍କରାଚାର୍ଯ୍ୟଙ୍କର ନେଲେ ଆଶୀର୍ବାଦ
ଦ୍ୱାରକା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦ୍ୱାରକାରେ ଭଗବାନ ଶ୍ରୀ ଦ୍ୱାରକାଧୀଶ ମନ୍ଦିରରେ ଭକ୍ତିଭାବ ଓ ଶ୍ରଦ୍ଧାପୂର୍ବକ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶାରଦା ପୀଠ ଯାଇ ଶାରଦା ପୀଠାଧୀଶ୍ୱର ଜଗତପୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆଶୀର୍ବାଦ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ଶ୍ରୀ ଦ୍ୱାରକାଧୀଶ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଦ୍ୱାରକାଧୀଶ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀଦ୍ୱାରକାଧୀଶଙ୍କ ଦର୍ଶନ କରିଥିଲେ । ଦ୍ୱାରକାଧୀଶ ମନ୍ଦିରର ପୂଜାରୀ ଶାସ୍ତ୍ରୋକ୍ତ ବିଧିପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପାଦୁକା ପୂଜନ କରାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଶାରଦା ପୀଠ ଯାଇଥିଲେ । ଏବଂ ଶାରଦା ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆଶୀର୍ବାଦ ନେଇଥିଲେ । ଶାରଦା ପୀଠରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରାଯାଇଥିଲା । ଏହାପରେ ମୋଦି ପବିତ୍ର ଗୋମତୀ ନଦୀର ଘାଟରେ ପହଞ୍ଚିଥିଲେ ଏବଂ ସେଠାରେ ସେ ସୁଦାମା ସେତୁ ବି ଗସ୍ତ କରିଥିଲେ ।

Show More

Related Articles

Back to top button