Breaking PLUSଓଡ଼ିଶାମୁଖ୍ୟ ଖବର

ଜୁନ 18କୁ ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା

କେନ୍ଦ୍ରୀୟ ଲୋକସେବା ଆୟୋଗ ପ୍ରିଲିମ୍ସ ୨୦୨୪ ପରୀକ୍ଷା ନେଇ ବିକ୍ଷୋଭ ପ୍ରଦର୍ଶନ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ୟୁଜିସି ନେଟ୍ ପରୀକ୍ଷା ତାରିଖକୁ ଜୁନ୍ ୧୬ରୁ ଜୁନ୍ ୧୮କୁ ଘୁଞ୍ଚାଇ ଦିଆଯାଇଥିବା କହିଛନ୍ତି।
ପରୀକ୍ଷାର୍ଥୀଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ୟୁଜିସି, ୟୁଜିସି-ନେଟକୁ ଜୁନ୍ ୧୬ (ରବିବାର)ରୁ ୧୮ ଜୁନ୍ ୨୦୨୪ (ମଙ୍ଗଳବାର)କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନଟିଏ ଗୋଟିଏ ଦିନରେ ସମଗ୍ର ଭାରତରେ ଓଏମଆର ମୋଡରେ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନ କରିବ। ଏନଟିଏ ଖୁବଶୀଘ୍ର ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବ ବୋଲି କୁମାର ସେ ଟ୍ୱିଟରରେ ଲେଖିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button