ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଯମୁନା ନଦୀରେ ପ୍ରଦୂଷଣ ଯୋଗୁଁ ବିଷାକ୍ତ ଫେଣକୁ ସଫା କରୁଛି ଦିଲ୍ଲୀ ଜଳ ବୋର୍ଡ

ନୂଆଦିଲ୍ଲୀ: ଛଟ ପୂଜା ପୂର୍ବରୁ ଦିଲ୍ଲୀ ଯମୁନା ନଦୀରେ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣକୁ ସଫା କରିବାରେ ଲାଗିଛି ଦିଲ୍ଲୀ ଜଳ ବୋର୍ଡ । ଆଜି ସକାଳୁ ଦିଲ୍ଲୀ ଜଲ ବୋର୍ଡର କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ନଦୀ ଭିତରେ ପଶି ରାସାୟନିକ ସାମଗ୍ରୀ ସ୍ପ୍ରେ କରିଛନ୍ତି। ଗତ ସପ୍ତାହେ ହେଲା ଓ୍ୱାଜିରାବାଦରୁ ଓଖଲା ପର୍ଯ୍ୟନ୍ତ ନଦୀରେ ପ୍ରଚୁର ମାତ୍ରାରେ ଫେଣ ଭାସୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗାର୍ମେଣ୍ଟ କାରଖାନାରୁ ବିଷାକ୍ତ ରଙ୍ଗ ପାଣି ପ୍ରବେଶ କରିବା ଫଳରେ ଯମୁନା ନଦୀ ସଂଘାତିକ ଭାବେ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଥିଲା ପାଣିରେ ଫସଫେଟ୍ସ ଓ ସରଫେକଟାଣ୍ଟର ପରିମାଣ ବଢ଼ିବାରୁ ପ୍ରଚୁର ମାତ୍ରାରେ ଫେଣ ଦେଖିବାକୁ ମିଳିଥିଲା । ତେବେ ରବିବାର ଦିନ ଛଟ ପୂଜା ଥିବାରୁ ବିଭିନ୍ନ ସ୍ଥାନରେ ଲୋକମାନେ ଗାଧୋଇବେ । ତାପୂର୍ବରୁ ନଦୀରେ ଫେଣ କମାଇବା ଲାଗି ଜଲ୍ ବୋର୍ଡ ପକ୍ଷରୁ କେମିକାଲ୍ ସ୍ପ୍ରେ କରାଯାଇଛି । ସେପଟେ କେମିକାଲ ସ୍ପ୍ରେକୁ ବିଜେପି ସମାଲୋଚନା କରିଛି । ଫେଣ ସଫା ପାଇଁ ଦିଲ୍ଲୀ ଜଲ୍ ବୋର୍ଡ ବିଷ ସ୍ପ୍ରେ କରୁଥିବା ବିଜେପି ଅଭିଯୋଗ କରିଛି । ସେପଟେ ବିଜେପିର ଅଭିଯୋଗକୁ ଦିଲ୍ଲୀ ଜଲ୍ ବୋର୍ଡ ଖଣ୍ଡନ କରିଛି।

Show More

Related Articles

Back to top button