ଓଡ଼ିଶାସ୍ୱାସ୍ଥ୍ୟ

ଖଲ୍ଲିକୋଟରେ ଗାଇଙ୍କ ଶରୀରରେ କାଫ୍ରିଫକ୍ସ ଭାଇରସ୍,ଭ୍ୟାକସିନ ପାଇଁ ସରକାରଙ୍କ ନିକଟରେ ଦାବି କଲେ ଗୋ-ଚାଷୀ

ଖଲ୍ଲିକୋଟରେ ଗାଇଙ୍କ ଶରୀରରେ କାଫ୍ରିଫକ୍ସ ଭାଇରସ୍ ଚିହ୍ନଟ । ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଗ୍ରାମରେ ଭୁତାଣୁ ଜନିତ ସଂକ୍ରମଣ ରେ ବହୁ ଗାଈଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗାଈଗୋରୁଙ୍କର ଦେହ ସାରା ଆବୁ ଫଳି ଯାଉଛି ଓ ଗୋଡ଼ ଫୁଲି ଯାଉଛି । ଫଳରେ ସେମାନେ ଚାଲିପାରୁନାହାଁନ୍ତି । ଏନେଇ ନେଇ ଚିନ୍ତାରେ ଅଛନ୍ତି ଗୋ ଚାଷୀ ।

ଏହି ରୋଗରେ କେଶପୁର, ଶ୍ରୀ କୃଷ୍ଣ ଶରଣ ପୁର, କହ୍ନେଇପୁର, ବିକ୍ରମପୁର, ବାକୁଟୁ ଗାଁ, ପାରିନୂଆଁଗାଁ ପ୍ରଭୃତି ଗାଁରେ ଗାଈ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ଚର୍ମ ବିଣ୍ଡି ଅଥବା ଲମ୍ପି ସ୍କିନ ଡିଜିଜ ବୋଲି ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ଶତପଥୀ ସୂଚନା ଦେଇଛନ୍ତି ।

କାଫ୍ରିଫକ୍ସ ଭାଇରସରୁ ଏହି ରୋଗ ସୃଷ୍ଟି ହୁଏ । ଏହା ଏକ ଭୁତାଣୁ ଜନିତ ରୋଗ ହୋଇଥିବାରୁ ବାହାର ରାଜ୍ୟରୁ ଆସୁଥିବା ଗାଈଗୋରୁଙ୍କ ସଂସ୍ପର୍ଶରେ ଆସିଲେ ଏହି ଲମ୍ପି ସ୍କିନ ରୋଗ ବ୍ୟାପୁଛି ବୋଲି କହିଥିଲେ । ଗତ ୨୦୨୦ରେ ଗାଈଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଦ୍ୱିତୀୟ ଲହର ଆରମ୍ଭ ହୋଇଛି ।  ତୁରନ୍ତ ଭେକ୍ସିନ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଗୋ ଚାଷୀ  ।

Show More

Related Articles

Back to top button