ଦେଶସ୍ୱତନ୍ତ୍ର

ପୁଣି ହ୍ରାସ ପାଇଲା ସୁନାଦର,ସାମାନ୍ୟ ବୃଦ୍ଧି ପାଇଲା ରୁପା

ଆଜି ହ୍ରାସ ପାଇଲା ସୁନାଦର । ସୁନା ଦାମରେ ୧୦୫ ଟଙ୍କା ହ୍ରାସ ପାଇଥିବା ରାଜଧାନୀ ଦିଲ୍ଲୀର ସର୍ରୋଫା ମାର୍କେଟରେ ଦେଖିବାକୁ ମିଳିଛି । ଆଜି ଏହା ୫୦,୮୮୯ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଗତ କାରବାର ସେସନରେ ୧୦ ଗ୍ରାମ ସୁନା ଦାମ୍ ୫୦,୯୯୪ ଟଙ୍କାରେ ବନ୍ଦ ହୋଇଥିଲା । ଏଚଡିଏଫସି ସିକ୍ୟେରିଟିଜ ଅନୁସାରେ ଆଜି ସୁନା ଦାମ୍ ହ୍ରାସ ପାଇଛି ।

ଅନ୍ୟପଟେ ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି ।  ରୂପା ଦାମ୍ ଆଜି ୨୧ ଟଙ୍କା ବୃଦ୍ଧି ସହିତ ୫୮,୩୩୬ ଟଙ୍କା ପ୍ରତି କିଲୋଗ୍ରାମ ଦାମରେ ପହଞ୍ଚି ଯାଇଛି । ଯଦିଓ ଏହା ଗତ କାଲି ୫୮,୩୧୫ ଟଙ୍କା ପ୍ରତି କିଲୋଗ୍ରାମ ଦାମରେ ବନ୍ଦ ହୋଇଥିଲା ।

 

Show More

Related Articles

Back to top button