Breaking PLUSଦୁର୍ଘଟଣାମୁଖ୍ୟ ଖବର

ଲଦାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାତ ଜଣ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଲଦାଖର ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାତ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା ଯବାନଙ୍କ ଗାଡି। ତୁରନ୍ତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସାତ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଅନେକ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତର ଆହତ ହୋଇଥିବା ଯବାନଙ୍କ ସହାୟତା ପାଇଁ ବାୟୁସେନା ସହ ଯୋଗାଯୋଗ କରାଯାଇଛି। ସୂଚନା ଅନୁଯାୟୀ, ପରତାପୁର କ୍ୟାମ୍ପରୁ ୨୬ ଜଣ ଯବାନ ହନିଫ ସବ ସେକ୍ଟର ଯାଉଥିଲେ।ସମସ୍ତ ଯବାନଙ୍କ ପରତାପୁରର ୪୦୩ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଗୁରୁତର ଆହତ ଯବାନଙ୍କ ସହାୟତା ପାଇଁ ବାୟୁସେନା ସହ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ଚିକିତ୍ସା ପାଇଁ ଓ୍ଵେଷ୍ଟର୍ଣ୍ଣ କମାଣ୍ଡ ପଠାଯାଇପାରେ।

Show More

Related Articles

Back to top button