ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ମାଥିଲିରୁ ଉଦ୍ଧାର ହେଲା ୫କେଜିର ବଜ୍ରକାପ୍ତା

ମାଲକାନଗିରି : ୫କେଜିର ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ମାଥିଲି ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ୫ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ମାଥିଲି ଗ୍ରାମର ଶ୍ରୀ ପଣ୍ଡାଙ୍କ ଘର ନିକଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖି ସଙ୍ଗେସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ଅଧିକାରୀ ବାସୁଦେବ ନାୟକ ପହଞ୍ଚି  ବଜ୍ରକାପ୍ତାକୁ ବହୁ ସମୟ ଖୋଜାଖୋଜି ପରେ ଧରିବାରେ ସଫଳ ହୋଇଛନ୍ତି । ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତାକୁ ଜଙ୍ଗଲରେ ଛଡାଯିବ ସୂଚନା ମିଳିଛି ।

Show More

Related Articles

Back to top button